୨୦୨୩ ଦିନିକିଆ ବିଶ୍ୱକପ୍ ପରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟି-୨୦ ସିରିଜ ଖେଳାଯିବାକୁ ଯାଉଛି । ୫ଟି ମ୍ୟାଚ୍ ବିଶିଷ୍ଟ ଟି-୨୦ ରେ ଭାରତ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ । ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ରାତି ୭ଟାରେ ବିଶାଖାପାଟଣାରେ ଖେଳାଯିବ। ୨୦୨୪ରେ ଟି-୨୦ ବିଶ୍ୱକପ୍ ଖେଳାଯିବ ଯାହାକୁ ନେଇ ଟି-୨୦ ମ୍ୟାଚ୍କୁ ବେଶ ଗୁରୁତ୍ୱ ଦିଆଯାଉଛି । ଭାରତୀୟ ଦଳର ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ସୂର୍ୟକୁମାର ଯାଦବଙ୍କୁ ଅଧିନାୟକ ରୂପରେ ଚୟନ କରାଯାଇଛି । ଏହା ସହ ଭାରତୀୟ ଦଳରେ ଅନେକ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିଛି । ଟି-୨୦ ବିଶ୍ୱକପ୍ ପାଇଁ ଦଳ ଚୟନ କରିବାରେ ଟି-୨୦ ସିରିଜ ସାହାଯ୍ୟ କରିବ । ବିଶ୍ୱକପ ଫାଇନାଲ ଜିତିବା ପରେ ଅଷ୍ଟ୍ରେଲିଆର ଅନେକ ଖେଳାଳି ଭାରତରେ ରହିଥିବାବେଳେ ଅଧିନାୟକ ମାଥୁ୳ ହେଡ଼ ଦଳ ସହ ଯୋଗ ଦେଇଛନ୍ତି ।
ଭାରତୀୟ ଦଳ : ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ଈଶାନ କିଶନ, ଯଶସ୍ବୀ ଜୟସ୍ବାଲ, ତିଲକ ବର୍ମା, ଶିବମ ଦୁବେ, ରିଙ୍କୁ ସିଂହ, ଅକ୍ଷର ପଟେଲ, ୱାସିଂଟନ ସୁନ୍ଦର, ରବି ବିଷ୍ଣୋଇ, ଅର୍ଶଦୀପ ସିଂହ, ପ୍ରସିଦ୍ଧ କୃଷ୍ଣ, ଆୱେସ ଖାନ୍, ମୁକେଶ କୁମାର, ଜୀତେଶ ଶର୍ମା , ଋତୁରାଜ ଗାଇକୱାଡ ।
ଅଷ୍ଟ୍ରେଲିଆ ଦଳ : ମାଥ୍ୟୁ ୱାଡେ(ଅଧିନାୟକ), ଷ୍ଟିଭେନ୍ ସ୍ମିଥ୍, ମାଥ୍ୟୁ ସର୍ଟ, ଆରୋନ ହାର୍ଡି, ଜୋସ ଇଙ୍ଗଲିସ, ମାର୍କସ ଷ୍ଟୋଇନିସ, ଟିମ୍ ଡେଭିଡ୍, ସିନ ଆବୋଟ, ନାଥନ ଇଙ୍ଗଲିସ୍, ଜାସନ ବେହରେନଡର୍ଫ, ତନବୀର ସାଙ୍ଘା, ଟ୍ରାଭୀସ ହେଡ଼ , ଗ୍ଲେନ ମ୍ୟାକ୍ସୱେଲ, କେନ ରିଚାର୍ଡସନ, ଆଡ଼ମ ଜାମ୍ପା।
ଅଧିକ ପଢନ୍ତୁ : ଆଜି କଳିଙ୍ଗ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ-କତାର