ଆଜି ୨୦୨୬ ଫିଫା ବିଶ୍ୱକଫ ପାଇଁ କ୍ୱାଲିଫାୟର ମ୍ୟାଚ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ। ମୁହାଁମୁହିଁ ହେବାକୁ ଯାଉଛନ୍ତି କାତାର ଏବଂ ଭାରତର ବ୍ଲୁ ଟାଇଗର। ଏହି ମ୍ୟାଚ ଆଜି ସନ୍ଧ୍ୟା ୭ଟାରେ ଖେଳାଯିବ। ଭାରତ ଓ କତାର ମଧ୍ୟରେ ବିଶ୍ବକପ୍ ୨୦୨୬ ଓ ଏଏଫସି କପ୍ ୨୦୨୭ ଲାଗି ଯୋଗ୍ୟତା ପର୍ଯ୍ୟାୟ ମୁକାବିଲା ଖେଳାଯିବ। ଏହି ମ୍ୟାଚଟି ଭାରତ ଲାଗି ଖୁବ ଗୁରୁତ୍ୱପୂର୍ଣ ଅଟେ ଏବଂ ସୁନୀଲ ଛେତ୍ରିଙ୍କ ନେତୃତ୍ବରେ କଳିଙ୍ଗରେ କମାଲ କରିବା ଲକ୍ଷ୍ୟରେ ରହିଛି ଭାରତୀୟ ଟିମ। ଏହି ଖେଳରେ ଭାରତ ପ୍ରଦର୍ଶନ ଭଲ କରୁଛି। ପ୍ରଥମ ମ୍ୟାଚରେ ଭାରତ କୁଏତକୁ ହରାଇଥିବା ବେଳେ ଆଜି ଦ୍ୱିତୀୟ ମ୍ୟାଚରେ କତାର ସହ ମୁକାବିଲା ଅଛି। ଆଜିର ମ୍ୟାଚ ଜିତି ଭାରତ ବିଜୟ ଧାରା ବଜାୟ ରଖିବାକୁ ଚାଁହୁଥିବା ବେଳେ କତାର ଖେଳାଳିମାନେ ମଧ୍ୟ ଏହି ମ୍ୟାଚ ଜିତିବାକୁ ଆଶା ରଖିଛନ୍ତି।
ସୂଚନା ଅନୁସାରେ , ଆଜି କମ୍ପିବ କଳିଙ୍ଗ ଷ୍ଟାଡିୟମ ମୁହାଁମୁହିଁ ହେବେ ଭାରତ-କତାର। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ୨୦୨୬ ଫିଫା ବିଶ୍ବକପ ପାଇଁ କ୍ୱାଲିଫାୟର ମ୍ୟାଚ। ଏହି ମ୍ୟାଚ ଆଜି ସନ୍ଧ୍ୟା ୭ଟାରେ ଖେଳାଯିବ। ଗ୍ରୁପ ‘ଏ’ ରେ ସ୍ଥାନ ପାଇଥିବା ଭାରତ କୁଏତକୁ ହରାଇ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି। ଏହି ମ୍ୟାଚଟି ଭାରତ ଲାଗି ଖୁବ ଗୁରୁତ୍ୱପୂର୍ଣ ଅଟେ ଏବଂ ସୁନୀଲ ଛେତ୍ରିଙ୍କ ନେତୃତ୍ବରେ କଳିଙ୍ଗରେ କମାଲ କରିବା ଲକ୍ଷ୍ୟରେ ରହିଛି ଭାରତୀୟ ଟିମ। ପ୍ରଥମ ଥର ପାଇଁ ଫୁଟବଲ ମ୍ୟାଚ ପାଇଁ ଦର୍ଶକଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଦେଖିବାକୁ ମିଳିଛି। କଳିଙ୍ଗରେ ଅପରାଜେୟ ରହିଛି ଭାରତ । ଗତ ଜୁନରେ ଖେଳାଯାଇଥିବା ଇଣ୍ଟକ କଣ୍ଟିନେଣ୍ଟାଲ ଫୁଟବଲ କପରେ ଭାରତ ଅପରଜେୟ ରହିଛି। ପ୍ରଥମ ମ୍ୟାଚରେ ଭାରତ କୁଏତକୁ ହରାଇଥିବା ବେଳେ ଆଜି ଦ୍ୱିତୀୟ ମ୍ୟାଚରେ କତାରକୁ ହରାଇ ନିଜ ବିଜୟ ଧାରା ବଜାୟ ରଖିବାକୁ ଚାଁହୁଛି।
ଅଧିକ ପଢନ୍ତୁ ; ଆରମ୍ଭ ହୋଇଯାଇଛି ବିଶ୍ୱକପ ଫାଇନାଲ ମ୍ୟାଚ : ବ୍ୟାଟିଂ କରୁଛି ଭାରତ