ଆରମ୍ଭ ହୋଇଯାଇଛି ବିଶ୍ୱକପ ଫାଇନାଲ ମ୍ୟାଚ । ଅହମ୍ମଦାବାଦରେ ଭାରତ-ଅଷ୍ଟ୍ରେଲିଆ ଚାଲିଛି ମହାମୁକାବିଲା । ପୂରା ଟୁର୍ଣ୍ଣାମେଣ୍ଟରେ ଟିମ୍ ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ଖେଳ ପ୍ରଦର୍ଶନ କରିଛି ।
ଲିଗ୍ ମ୍ୟାଚରେ ଅଷ୍ଟ୍ରେଲିଆକୁ ହରାଇଥିବାରୁ ଭାରତୀୟ ଖେଳାଳିଙ୍କ ନିକଟରେ ଏହାର ଏଡଭାଣ୍ଟେଜ୍ ରହିବ । ତେବେ କଙ୍ଗାରୁ ଦଳ ପାଖରେ ନକଆଉଟ୍ ଗେମରେ ଭଲ ପ୍ରଦର୍ଶନ କରିଥିବା ରେକର୍ଡ ରହିଛି । ତେଣୁ ଫାଇନାଲ ମୁକାବିଲା ଜୋରଦାର ହେବ ବୋଲି ଆଶା କରାଯାଉଛି ।
ଏହି ପିଚ୍ ସଂପୂର୍ଣ୍ଣ ଡ୍ରାଏ ଓ କିଛି ପ୍ୟାଚ୍ ମଧ୍ୟ ରହିଛି। ତେଣୁ ସ୍ପିନର ବୋଲରଙ୍କୁ ପିଚ୍ ସୁହାଇ ପାରେ। ତଥାପି ଭାରତ ତା’ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ ହୋଇନାହିଁ । ଭାରତ ଆଜି ୨ ସ୍ପିନର- କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜା ଏବଂ ୩ ଦ୍ରୁତ ବୋଲର ମହମ୍ମଦ ସିରାଜ, ଯଶପ୍ରୀତ ବୁମ୍ରା ଓ ମହମ୍ମଦ ଶାମିଙ୍କ ସହ ପଡ଼ିଆକୁ ଓହ୍ଲାଇଛି। ଭାରତ ଚଳିତ ବିଶ୍ୱକପରେ ଏଯାଏ ଭାରତ ଅପରାଜେୟ ରହିଛି। ଦଳ ୧୦ ମ୍ୟାଚ୍ରୁ ୧୦ ବିଜୟ ସହ ଫାଇନାଲରେ ପ୍ରବେଶ କରିଛି । ବର୍ତ୍ତମାନ ସୁଦ୍ଧା ୧୦ ଓଭର ମଧ୍ୟରେ ୩ ଟି ଉଇକେଟ ପତନ ହୋଇଛି ।
ଅଧିକ ପଢନ୍ତୁ :ମନ କୁହେ, ଇଣ୍ଡିଆ ..... ଇଣ୍ଡିଆ !