ଆଇସିସି ବିଶ୍ୱକପ୍ ର ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହୋଇଥିଲେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ। ଜିଲାଣ୍ଡକୁ ହରାଇ ବିଶ୍ୱକପ୍ ଫାଇନାଲ୍ରେ ପହଞ୍ଚିଛି ଭାରତ । ତେବେ ବୁଧବାର ୱାଙ୍ଖ୍ଡେ ଷ୍ଟାଡିୟମ୍ରେ ରନ୍ ଝଡ଼ ଭିତରେ ନ୍ୟୁଜିଲାଣ୍ଡ୍କୁ ବୁଡ଼ାଇ ଦେଇଛି ଭାରତ। ସେମିଫାଇନାଲ୍ର ପ୍ରତିଶୋଧ ସେମିଫାଇନାଲ୍ରେ ନେଇଛି ଭାରତ । କାଲିର ଖେଳଟି ବେଶ ରୋମାଞ୍ଚକ ଥିଲା, ବିରାଟଙ୍କ ଶତକ ହେଉ କି ମହମ୍ମଦ ସାମିଙ୍କ ଅସାଧାରଣ ବୋଲିଂ ସମସ୍ତ କ୍ରିକେଟ ଫ୍ୟାନ୍ସ ମାନଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା । ଟସ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା ଭାରତ । ଏହାପରେ ଭାରତକୁ ବିଜୟର ମୁକୁଟ ପିନ୍ଧାଇବା ପାଇଁ ମୈଦାନ ରେ ଓଲ୍ଲହାଇଥିଲେ ଭାରତୀୟ ଦଳ । ଏହାପରେ ଦଖିବାକୁ ମିଳିଥିଲା ଟିମ ଇଣ୍ଡିଆର ରୋମାଞ୍ଚକ ପ୍ରଦର୍ଶନ ।
ଦିନିକିଆ କ୍ରିକେଟରେ ସର୍ବାଧିକ ଶତକର ରେକର୍ଡ କରିଛନ୍ତି କୋହଲି । ବିରାଟ କୋହଲି ୫୦ତମ ଶତକ ହାସଲ କରି ସଚିନଙ୍କ ରେକର୍ଡ ଭାଙ୍ଗିଛନ୍ତି । ବିରାଟ କୋହଲି 113 ବଲ୍ ରେ 117 ରନ୍ କରି ଆଉଟ୍ ହୋଇଛନ୍ତି । ବିରାଟଙ୍କ ସହ ପ୍ରଶଂସାର କେନ୍ଦ୍ରବିନ୍ଦୁ ସାଜିଥିଲେ ମହମ୍ମଦ ସାମି | ସଫଳ ବୋଲର ମହମ୍ମଦ ସାମିଙ୍କୁ ୭ ୱିକେଟ ସଫଳତା ମିଳିଛି । ୫୭ ରନ୍ ବିନିମୟରେ ୭ ୱିକେଟ ନେଇ ବଡ଼ ସଫଳତା ହାସଲ କରିଛନ୍ତି ।
ବୁଧବାର ରୋହିତ ଶର୍ମାଙ୍କ ସେନା ରୋମଞ୍ଚଭରା ପ୍ରଥମ ସେମିଫାଇନାଲ୍ରେ ନ୍ୟୁଜିଲାଣ୍ଡ୍କୁ ୭୦ ରନ୍ରେ ପରାସ୍ତ କରିବାରେ ସଫଳ ହୋଇଛି ।
ବିରାଟ କୋହଲି, ଶ୍ରେୟସ ଆୟରଙ୍କ ଲଢ଼ୁଆ ଶତକ ପରେ ମହମ୍ମଦ ସାମିଙ୍କ ଘାତକ ବୋଲିଂରୁ ମିଳିଥିବା ୭ ୱିକେଟ୍ ସଫଳତା ସମସ୍ତଙ୍କୁ ‘ତିନ୍ କା ଦମ୍’ ଦେଖେଇଛନ୍ତି । ଭାରତ ପକ୍ଷରୁ ବିରାଟ କୋହଲି ୧୧୭, ଶ୍ରେୟାସ ଆୟର ୧୦୫, ଶିଭମନ ଗିଲ ୮୦ ଓ ରୋହିତ ଶର୍ମା ୪୭ ରନ କରିଥିଲେ । ଫଳରେ ଭାରତ ୫୦ ଓଭରରେ ୪ ୱିକେଟ ହରାଇ ୩୯୭ ରନ କରିବାରେ ସଫଳ ହୋଇଥିଲା । ତେବେ ଭାରତକୁ ହଇରାବାର ଲକ୍ଷ ନେଇ ନ୍ୟୁଜିଲ୍ୟାଣ୍ଡ ମୈଦାନକୁ ଓଲ୍ଲହାଇଥିଲା । ତେବେ ନ୍ୟୁଜିଲ୍ୟାଣ୍ଡ ମଧ୍ୟ ମୈଦାନରେ ଭଲ ପ୍ରଦର୍ଶନ କରିଥିଲା । ଗୋଟିଏ ସମୟ ଏମିତି ବି ଆସିଥିଲା ଯେତେବେଳେ ନ୍ୟୁଜିଲ୍ୟାଣ୍ଡ ଟିମ୍ ର ପ୍ରଦର୍ଶନ ଦେଖି ସମସ୍ତ ଭାରତ ଫ୍ୟାନ୍ସମାନେ ଚିନ୍ତାରେ ପଡି ଯାଇଥିଲେ । ହେଲେ ସାମିଙ୍କ ବୋଲିଂ ଆଗରେ କେହି ତିଷ୍ଠି ପାରିନଥିଲେ । ୪୮ ଓଭର ୫ ବଲ ଖେଳି ନ୍ୟୁଜିଲାଣ୍ଡ ୩୨୭ ରନରେ ଅଲଆଉଟ ହୋଇଯାଇଥିଲା ।
ତେବେ ମ୍ୟାଚ ପରେ ପୁରା ଦେଶରେ ପୁଣିଥରେ ଦୀପାବଳୀର ମାହଲ ଦେଖିବାକୁ ମିଳିଥିଲା । ଅନେକ ଜାଗାରେ ଫ୍ୟାନ୍ସମାନଙ୍କୁ ସେଲିବ୍ରେଟ୍ କରୁଥିବା ଦେଖିବାକୁ ମିଳିଛି । ଗାଁଠୁ ସହର ସବୁଠି ବିଜୟ ଉତ୍ସବ ମନାଉଛନ୍ତି କ୍ରିକେଟ ପ୍ରେମୀ । ବାଣ ଫୁଟାଇ, ନାଚ ଗୀତରେ ଉତ୍ସବ ମନାଉଛନ୍ତି କ୍ରିକେଟପ୍ରେମୀ । ଭାରତ ଜିତିବା ପରେ ସବୁଆଡେ ଖୁସିର ଲହରୀ ଖେଳି ଯାଇଛି । ସମସ୍ତ କ୍ରିକେଟ ପ୍ରେମୀମାନେ ଭାରତର ବିଜୟ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ମଧ୍ୟ ଭାରତୀୟ ଦଳକୁ ଅନେକ ଶୁଭେଚ୍ଛା ଜଣାଇଛନ୍ତି ।