ନାଗୋୟା: ଜାପାନରେ ନାଗୋୟାରେ ଚାଲିଥିବା ଏସୀୟ କ୍ରୀଡ଼ାରେ ଭାରତୀୟ ଖେଳାଳିଙ୍କ ପାଇଁ ଆଜି ଶୁଭ ଶୁକ୍ରବାର ହୋଇଯାଇଛି । ଗୋଟିଏ ଦିନରେ ତୀରନ୍ଦାଜୀ, ମୁଷ୍ଟି ଯୋଦ୍ଧା ଓ କୁସ୍ତିରେ ୫ଟି ସୁନା ପଦକ ଆସିଥିବାବେଳେ କେବଳ ବକ୍ସିଂରେ ତିନୋଟି ପଦକ ଆସିଛି । ଲବଲୀନାଙ୍କ ପରେ ପରବାନ ହୁଡା ଏବଂ ଅଙ୍କୁଶ ଆଉ ଦୁଇଟି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେପଟେ କୁସ୍ତିରେ ମଧ୍ୟରେ ସ୍ୱର୍ଣ୍ଣ ଆସିଛି ।
ପ୍ରଥମେ ତୀରନ୍ଦାଜ ମହିଳା ଦଳ ଭାରତକୁ ଆଜି ପ୍ରଥମ ସ୍ୱର୍ଣ୍ଣ ପଦକ ଦେଇଥିଲେ । ଏହା ପରେ ୭୫ କିଲୋଗ୍ରାମ ବର୍ଗରେ ଲବଲୀନା ଆଉ ଏକ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଲବଲୀନାଙ୍କ ପରେ ପରବୀନ ହୁଡା ମହିଳା ୬୫ କିଗ୍ରା ବର୍ଗରେ ଚାଇନିଜ୍ ତାଇପେର ଚେନ୍ ନିଏନ୍-ଚିନ୍ଙ୍କୁ ୩-୨ ବ୍ୟବଧାନରେ ପରାସ୍ତ କରି ପ୍ରଥମ ସ୍ଥାନ ଅକ୍ତିକାର କରିଛନ୍ତି । ଏହା ସହିତ ସେ ଏସୀୟ କ୍ରୀଡ଼ାରେ ଭାରତର ତାଲିକାରେ ଆଉ ଏକ ସ୍ୱର୍ଣ୍ଣ ପଦକ ଯୋଡ଼ିଥିଲେ । ସ୍ୱର୍ଣ୍ଣ ଜିତିବାରେ ସେ ତୃତୀୟ ଭାରତୀୟ ବକ୍ସର ହୋଇଥିଲେ । ଏହାପୂର୍ବରୁ ମେରି କମ୍ (୨୦୧୪) ଏବଂ ଲଭଲିନା ବୋର୍ଗୋହାଇନ୍ (୨୦୨୬) ଏହି ସଫଳତା ହାସଲ କରିଥିଲେ।
ପରବୀନଙ୍କ ପରେ ବକ୍ସିଂରେ ଭାରତକୁ ଆହୁରି ଏକ ସଫଳତା ମିଳିଥିଲା । ଅଙ୍କୁଶ ପୁରୁଷଙ୍କ ୮୦ କିଲୋଗ୍ରାମ ବର୍ଗରେ ଦକ୍ଷିଣ କୋରିଆର ମିନସୋଙ୍ଗ କିମ୍ଙ୍କୁ ୫-୦ ବ୍ୟବଧାନରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହା ଆଜି ଭାରତ ପାଇଁ ତୃତୀୟ ବକ୍ସିଂ ସ୍ୱର୍ଣ୍ଣ ପଦକ ଅଟେ ।
ଭାରତର ସ୍ୱର୍ଣ୍ଣ ତାଲିକାରେ ଏହିଠାରେ ସୀମିତ ରହିନଥିଲା । ବକ୍ସିଂ ଏବଂ ତୀରନ୍ଦାଜୀ ପରେ, ଭାରତ କୁସ୍ତିରେ ମଧ୍ୟ ସ୍ୱର୍ଣ୍ଣ ପଦକ ହାସଲ କରିଛି । ପୁରୁଷଙ୍କ ୬୫ କିଲୋଗ୍ରାମ ବର୍ଗର ଏକ ସଂଘର୍ଷପୂର୍ଣ୍ଣ ଫାଇନାଲ୍ ମୁକାବିଲାରେ ତାଜିକିସ୍ତାନର ଅବୁଲ୍ ମାଜିଦ୍ଙ୍କୁ ୧୦-୯ ବ୍ୟବଧାନରେ ପରାସ୍ତ କରି ସୁଜିତ ଏହି ପଦକ ଜିତିଛନ୍ତି।
ଭାରତ ତୀରନ୍ଦାଜୀରେ ଆଉ ଏକ ପଦକ ହାସଲ କରିଛି। ପୁରୁଷ ରିକର୍ଭ ଦଳ ରୌପ୍ୟ ପଦକ ଜିତିବାରେ ସଫଳ ହୋଇଛି। ଫାଇନାଲ୍ ମ୍ୟାଚ୍ରେ ସେମାନଙ୍କର ମୁକାବିଲା ଦକ୍ଷିଣ କୋରିଆ ସହ ହୋଇଥିଲା । ଯେଉଁଥିରେ ବିପକ୍ଷ ଦଳ ଭାରତକୁ ୫-୧ ବ୍ୟବଧାନରେ ପରାସ୍ତ କରିଥିଲା। ଫଳସ୍ୱରୂପ, ଭାରତକୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।
ସେପାକ୍ ଟାକ୍ରୋର ପୁରୁଷ 'କ୍ୱାଡ୍ରାଣ୍ଟ' ଇଭେଣ୍ଟରେ ଭାରତର ଅଭିଯାନ ସେମି-ଫାଇନାଲରେ ଶେଷ ହୋଇଛି । ଆୟୋଜକ ଜାପାନ ବିପକ୍ଷରେ ଭାରତ ସିଧାସଳଖ ସେଟ୍ରେ (୦-୨) ପରାଜିତ ହୋଇଥିଲା। ଫଳସ୍ୱରୂପ, ଭାରତକୁ ବ୍ରୋଞ୍ଜ ପଦକ ସହ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।