ନୂଆଦିଲ୍ଲୀ: ୧୯ ବର୍ଷରୁ କମ୍ ଏସିୟା କପ୍-୨୦୨୬ରେ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ବୀରେନ୍ଦ୍ର ସେହୱାଗ ପୁଅ ଧୂଆଁଧାର ବ୍ୟାଟିଂ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ତାଙ୍କ ଏବେ କେହି ସେହୱାଗ ପୁଅ ନୁହେଁ ବରଂ ଆର୍ଯ୍ୟବୀର ସେହୱାଗ ନାମରେ ହିଁ କ୍ରିକେଟ୍ ପ୍ରେମୀ ଜାଣିବେ । ଆର୍ଯ୍ୟବୀର ‘ଗ୍ରୁପ-ଏ’ର ୧୧ତମ ମ୍ୟାଚରେ ଉଚ୍ଚକୋଟୀର ବ୍ୟାଟିଂ କରି ଧମାକାଦାର ଶତକ ଯୋଡ଼ିଛନ୍ତି ।
ଆର୍ଯ୍ୟବୀର ୟୁଏଇବିପକ୍ଷ ମ୍ୟାଚରେ ୧୬୮ ବଲରେ ୧୬୦ ରନର ପାଳି ଖେଳିଛନ୍ତି । ଯେଉଁଥିରେ ୧୭ଟି ଚଉକା ଏବଂ ୭ଟି ଛକା ସାମିଲ ଅଛି । ୟୁଏଇ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇ ଭାରତୀୟ ଟିମକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଆରମ୍ଭ ୟୁଏଇର ବୋଲିଂ ଉଚ୍ଚକୋଟୀର ରହିଥିଲା । ଭାରତୀୟ ଖେଳାଳିଙ୍କୁ ରନ୍ କରିବାର ସେତେଟା ସୁଯୋଗ ଦେଇନଥିଲା । ଅଧିନାୟକ ଲକ୍ଷ୍ୟ ଲକ୍ଷ୍ୟ ରାୟଚନ୍ଦାନୀ ମାତ୍ର ୧୭ରନ୍ କରି ନୁରୁଲ୍ଲାହଙ୍କ ବଲରେ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ । ଏହା ପରେ ଆର୍ଯ୍ୟବୀର ମଙ୍ଗ ସମ୍ଭାଳିଥିଲେ । ଧିରେ ଧିରେ ପିଚ୍ ସହିତ ନିଜକୁ ଖାପ ଖୁଆଇଥିଲେ । ଏହା ପରେ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । ୧୩୧ ବଲରେ ୭୬.୩୪ ଷ୍ଟ୍ରାଇକ୍ ରେଟ୍ ସହିତ ଶତକ ହାସଲ କରିଥିଲେ । ଏହା ପରେ ଦ୍ରୁତ ଗତିରେ ରନ୍ କରିଥିଲେ । ଆର୍ଯ୍ୟବୀର ନସୀମ ଖାନଙ୍କ ବଲରେ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ ।
ବିକି ବିନୀତ ମଧ୍ୟ ୬୯ ବଲ୍ ବିନିମୟରେ ୬୭ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅର୍ଜୁନ ରାଜପୁତ ୪ (୫), ୟଶବର୍ଦ୍ଧନ ଚୌହ୍ୱାନ ୧୭ (୧୦), ଅନଭୟ ଦ୍ରାବିଡ୍ ୧୨ (୯), ମନଲ ଚୌହ୍ୱାନ ୧ (୩), ମୋହିତ ଉଲବା ୭ (୨) ଏବଂ ଆର୍ୟ୍ୟନ ସବସାନି ୨ (୩) ରନ୍ ଯୋଡ଼ିଥିଲେ ।
ଭାରତ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୭ଟି ୱିକେଟ୍ ହରାଇ ୩୦୯ ରନ୍ କରିଛି । ୟୁଏଇ ସମ୍ମୁଖରେ ୩୧୦ ରନର ବିଜୟ ଲକ୍ଷ୍ୟ ରହିଛି ।