ପୁରୀ : ପୁରୀ ତାଳବଣିଆ ଇଣ୍ଡୋର ଷ୍ଟାଡିଅମ ପରିସରରେ ୭୮ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଳିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଜାତୀୟ ପତାକା ଉତୋଳନ କରିବା ସହିତ ଅଭିବାଦନ ଗ୍ରହଣ କରିଥିଲେ । ସ୍ୱାଧୀନତା ଦିବସ ପ୍ୟାରେଡରେ ପୋଲିସ ବିଭାଗର ୩ଟି ଓ ସ୍କୁଲ କଲେଜର ସ୍କାଉଡ଼, ଗାଇଡ଼, ନାଭାଲ ଉଇଙ୍ଗ ଓ ଏନସିସି ଭଳି ୪୪ କଣ୍ଟିଜେଣ୍ଟ ସାମିଲ ହୋଇ ପ୍ୟାରେଡ ପଦର୍ଶନ କରିଥିଲେ ।
ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏସପି ପିନାକ ମିଶ୍ର ଜାତୀୟ ପତାକା ଉତୋଳନ ସମୟରେ ଉପସ୍ଥିତ ଥିଲେ । ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହ ସମ୍ଭର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା । ସେପଟେ ପ୍ୟାରେଡ଼ ପଡିଆରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ପୁରୀ ସାଂସଦ ସମ୍ବିତ ପାତ୍ର ଛୋଟଛୋଟ ପିଲାଙ୍କ ସହ ଦେଶତ୍ମବୋଧ ସଙ୍ଗୀତରେ ନୃତ୍ୟ କରିବାର ଦୃଶ୍ୟ ଉପସ୍ଥିତ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ୍ ଯୋଗାଇଥିଲା ।