ଭୁବନେଶ୍ୱର: ନବଗଠିତ ବିଜେଡି ମିଡିଆ ସେଲର ନେତୃବୃନ୍ଦମାନେ ଆଜି ନବୀନ ନିବାସ ଯାଇ ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଏହି ଅବସରରେ ନବଗଠିତ ମିଡିଆ ସେଲ୍ର ସଂଯୋଜକ ଟିମ୍ ସହ ବିଭିନ୍ନ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଛି।
ବୈଠକ ପରେ ପ୍ରତିକ୍ରିୟା ରଖି ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ଯେ, ରାଜ୍ୟରେ ଭାରତୀୟ ଜନତା ପାର୍ଟି ସରକାରର କୁଶାସନ ଓ କୁପରିଚାଳନାରେ ଓଡ଼ିଶାବାସୀ ଅତିଷ୍ଠ ହୋଇଗଲେଣି। ସାରା ରାଜ୍ୟରେ ଲୋକେ ଏବେ ଏଭଳି ଲୋକବିରୋଧୀ ଶାସନରେ ତ୍ରାହି ତ୍ରାହି ଡାକୁଛନ୍ତି।
ତେଣୁ ଏକ ଦାୟିତ୍ୱସମ୍ପନ୍ନ ବିରୋଧୀ ଦଳ ଭାବେ ଓଡ଼ିଶାବାସୀଙ୍କୁ ସଚେତନ କରିବା ଏବଂ ଲୋକମାନଙ୍କ ସ୍ୱାର୍ଥ ପାଇଁ ଜୋରଦାର ଲଢ଼େଇ କରିବାକୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ନବଗଠିତ ମିଡିଆ ସେଲ୍ ଏବଂ ସଂଯୋଜକ ଟିମ୍ କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
ବିଜେପିର କଳାକାରନାମା ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଅପାରଗତାକୁ ସଠିକ୍ ଭାବରେ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିବା ବିଧାୟକ ଅରୁଣ ସାହୁ ସୂଚନା ଦେଇଛନ୍ତି।
Also Read: ଓଡିଶାରେ ଡି ପୁରନ୍ଦେଶ୍ୱରୀ, ଆଗାମୀ ପଂଚାୟତ ଓ ପୈାର ନିର୍ବାଚନ ଉପରେ ହେଲା ବିସ୍ତୃତ ଆଲୋଚନା