ଧାମନଗର ଉପନିର୍ବାଚନ ବାଜି ସାରିଛି ବିଗୁଲ, କେଉଁ ଦଳରୁ କିଏ ପ୍ରାର୍ଥୀ ହେବେ ସେନେଇ ବଢ଼ିବାରେ ଲାଗିଛି ସସପେନ୍ସ
Khabar Odisha:Dhamnagar-bypoll-is-over-suspense-is-growing-over-who-will-be-the-candidate-from-which-party
ଭୁବନେଶ୍ୱର, ଅକ୍ଟୋବର ୪(ଖବର ଓଡିଶା):

ଧାମନଗର ଉପନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି । ନିର୍ବାଚନକୁ ନେଇ ଅଣ୍ଟା ଭିଡ଼ିଲେଣି ତିନି ପ୍ରମୁଖ ଦଳ । 

ତେବେ ନିର୍ବାଚନରେ କେଉଁ ଦଳରୁ କିଏ ପ୍ରାର୍ଥୀ ହେବେ, ସେନେଇ ସସପେନ୍ସ ବଢ଼ିବାରେ ଲାଗିଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ତିହିଡି ଗସ୍ତ ପରେ ଦଳର କର୍ମୀମାନଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । 

ସେପଟେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଦମରେ ବିଜେଡି ଧାମନଗର ଗଡ଼ ଜିତିବାକୁ ଲକ୍ଷ୍ୟ ରଖିଛି । 

ସେହିପରି କଂଗ୍ରେସ କାହାକୁ ପ୍ରାର୍ଥୀ କରିବ, ସେନେଇ ଅଙ୍କ ଛିଡୁନଥିବା ଜଣାପଡ଼ିଛି । ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ବିଷ୍ଣୁ ସେଠୀଙ୍କୁ ପ୍ରାର୍ଥୀ କରି ଧାମନଗରରେ ପଦ୍ମ ଫୁଟାଇଥିଲା ।

  • Tags:

Subscribe

National International State Sports Entertainment