ଢେଙ୍କାନାଳ : ଜଙ୍ଗଲରୁ ଉଦ୍ଧାର ହେଲା ହାତୀର ଗଳିତ କଙ୍କାଳ । ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ରେଞ୍ଜର ଟମ୍ପେଇ ଗାଁ ନିକଟ ଅନନ୍ତପୁର ସଂରକ୍ଷିତ ଜଙ୍ଗଲରୁ ହାତୀର ଗଳିତ କଙ୍କାଳ ଉଦ୍ଧାର କରିଛି ବନବିଭାଗ । ହାତୀଟିର କେବଳ କଙ୍କାଳ ଗୁଡିକ ଥିବାବେଳେ, ହାତୀଟି ମାଇକି, ଦନ୍ତା ଜଣାପଡିନାହିଁ । ହାତୀଟିର ବୟସ ଆନୁମାନିକ ୬ରୁ ୭ ବର୍ଷ ହେବ ବୋଲି ବନ ବିଭାଗ ପକ୍ଷରୁ ପ୍ରାଥମିକ ଭାବେ ଅନୁମାନ କରାଯାଉଛି ।ପ୍ରାୟ ୨୫ ଦିନ ହେବ ମରିଥିବା ବନବିଭାଗ ତରଫରୁ ସୁଚନା ମିଳିଛି। ହାତୀ ମୃତ୍ୟୁର ପ୍ରକୃତ କାରଣ ବ୍ୟବଛେଦ ରିପୋର୍ଟ ଆସିବା ପରେ ଯଣାପଡିବ ବୋଲି DFO କହିଛନ୍ତି। ଘଟଣାସ୍ଥଳରେ ଅନୁଗୋଳ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ସଞ୍ଜୟ ସ୍ୱାଇଁ ଓ ଢେଙ୍କାନାଳ ଡିଏଫଓ ପହଞ୍ଚି ତଦନ୍ତ କରୁଛନ୍ତି ।
ମହାବିରୋଡ଼ ରେଞ୍ଜ ଟମ୍ପେଇ ଗାଁ ନିକଟ ଅନନ୍ତପୁର ସଂରକ୍ଷିତ ଜଙ୍ଗଲରେ ହାତୀର କଙ୍କାଳ ପଡ଼ିଥିବା ନେଇ ସୂଚନା ପାଇବା ପରେ ବନ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା । ହାତୀର ମୃତ୍ୟୁ କେବେ ଓ କେଉଁ କାରଣରୁ ହୋଇଥିଲା, ସେନେଇ ତଦନ୍ତ ଜାରି ରହିଛି ।