କଟକ : ଆସନ୍ତାକାଲି ଠାରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ମାର୍ଚ୍ଚ ୬ ତାରିଖ ଯାଏ ପରୀକ୍ଷା ଚାଲିବ । ପରୀକ୍ଷା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟ ପହଁଚିଛି । ତେବେ ପରୀକ୍ଷା ପୂର୍ବରୁ ୬୦୦ ନୋଡାଲ ପରୀକ୍ଷା କେନ୍ଦ୍ରକୁ ବୋର୍ଡ କିପରି ଲାଇଭ୍ ଦେଖିପାରିବ ଆଜି ଏନେଇ ଡ୍ରାଏ ରନ୍ ହୋଇଛି। । ଏଥିପାଇଁ ବୋର୍ଡ କାର୍ଯ୍ୟାଳୟ ମଧ୍ୟରେ ତିଆରି କରାଯାଇଥିବା କଣ୍ଟ୍ରୋଲ ରୁମ୍ କୁ ସଂପୂର୍ଣ୍ଣ ପ୍ରସ୍ତୁତ କରାଯାଇଛି । ପରୀକ୍ଷାରେ କିପରି କପି ରୋକାଯିବା ସହ ସ୍ୱଚ୍ଛତା ଆସିବ ସେଥିପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସମସ୍ତ ପରୀକ୍ଷାକେନ୍ଦ୍ରର ଥିବା ସୁବିଧା ଅସୁବିଧାକୁ ଟିକନିକ ଭାବେ ଯାଞ୍ଚ କରାଯାଇଛି । ସବୁ ଷ୍ଟ୍ରଙ୍ଗରୁ ଲାଇଭ୍ ଫୁଟେଜ୍ ଉପରେ ବୋର୍ଡ ନଜର ରଖିବ ବୋଲି ବୋର୍ଡ କର୍ତୃପକ୍ଷ ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ ପରୀକ୍ଷା ପାଇଁ ୧୨ ତାରିଖରୁ ନୋଡାଲ କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯାଇଛି । ୧୯ ତାରିଖ ସୁଦ୍ଧା ନୋଡାଲ କେନ୍ଦ୍ରରେ ପହଞ୍ଚିଛି ପ୍ରଶ୍ନ । ୩୦ ଜିଲ୍ଲାରେ ୩୧୩୩ଟି ପରୀକ୍ଷା କେନ୍ଦ୍ର ଓ ୩୧୪ ନୋଡାଲ ସେଣ୍ଟର ରହିଛି । ପ୍ରଶ୍ନପତ୍ର ଲିକ ହେବାର ସମ୍ଭାବନା ନାହିଁ । କପି ରୋକିବାକୁ ୪ ସ୍ତରୀୟ ସ୍କ୍ୱାର୍ଡ ଗଠିତ ହୋଇଛି । ବୋର୍ଡ ପକ୍ଷରୁ ୪୨ଟି ସ୍କ୍ୱାର୍ଡ ଗଠନ କରାଯାଇଛି । ମୋଟ ୧୭୨ଟି ସ୍କ୍ୱାର୍ଡ କରାଯାଇଛି । ୬୦୦ ସେଣ୍ଟରରେ ଲାଗିବ ସିସିଟିଭି, ସମସ୍ତ ନୋଡାଲ ସେଣ୍ଟର ସିସିଟିଭି ନଜରରେ ରହିବ ।
ଚଳିତଥର ମାଟ୍ରିକ ପରୀକ୍ଷାରେ ନିଜସ୍ୱ ବ୍ୟବସ୍ଥାରେ AI ଟେକ୍ନୋଲୋଜି ଆପଣାଇଛି ବୋର୍ଡ । ଖାସ୍ କରି ପ୍ରଶ୍ନପତ୍ର ଲିକ୍ ରୋକିବାକୁ ବୋର୍ଡ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି । କାରଣ ଏଥର ପ୍ରଶ୍ନପତ୍ର ରେ ସିରିଏଲ ନମ୍ୱର ରହିବ । ଯାହାକି ଭାଇରାଲ୍ ହେଲେ ସହଜରେ ଧରା ପକାଇଦେବ । ପ୍ରଶ୍ନପତ୍ର ଭାଇରଲ କରିଥିବା ବ୍ୟକ୍ତିଙ୍କୁ ସାବାଡ୍ କରିବା ପାଇଁ ଏଥର ମାଟ୍ରିକ୍ର ପ୍ରତି ପ୍ରଶ୍ନପତ୍ର ଉପରେ ପରୀକ୍ଷାର୍ଥୀଙ୍କ ବୁକ୍ଲେଟ୍ର କ୍ରମିକ ନମ୍ବର ତଥା ସିରିଏଲ୍ ନମ୍ବର ୱାଟର୍ ମାର୍କରେ ଉଲ୍ଲେଖ ରହିବ । ବୁକଲେଟ୍ ନମ୍ବର ୱାଟର ମାର୍କ ସହ କ୍ୟୁ-ଆର୍ (କୁଇକ୍ ରେସ୍ପନ୍ସ) କୋଡ୍ ନମ୍ବର ଏବଂ ଷ୍ଟାଟିକ୍ କ୍ୟୁ-ଆର୍ କୋଡ୍ ଛାପ ପ୍ରତିଟି ପ୍ରଶ୍ନପତ୍ର ଉପରେ ଉଲ୍ଲେଖ କରାଇବା ପାଇଁ ବୋର୍ଡ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ସମସ୍ତ ପରୀକ୍ଷା ଗୋଟିଏ ସିଟିଙ୍ଗରେ ହେବ । ସେନ୍ସର କମାଣ୍ଡ ସିଷ୍ଟମ ଆପଣେଇବ ବୋର୍ଡ । ଏଥର ନିର୍ଦ୍ଧାରିତ ସମୟରେ ପରୀକ୍ଷା ଫଳ ବାହାରିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।
ଅଧିକ ପଢନ୍ତୁ :- କିଟ୍ କର୍ତ୍ତୃପକ୍ଷ ବ୍ୟବହାର ନିନ୍ଦା କଲେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ