କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ବର୍ଷା ସମ୍ଭାବନା । ପ୍ରଚଣ୍ଡ ଗ୍ରୀଷ୍ମପ୍ରଭାବରେ କଲବଲ ହେଉଥିଲା ଜନଜୀବନ । କାଳବୈଶାଖୀ ପ୍ରଭାବରେ ବର୍ଷା ହେବାରୁ ରାଜ୍ୟ ବାସୀଙ୍କୁ ତାତିରୁ ସାମାନ୍ୟ ଆସ୍ୱସ୍ଥି ମିଳିଛି । ତାପମାତ୍ରା ବୃଦ୍ଧିରେ ଅଙ୍କୁଶ ଲଗାଇଛି କାଳବୈଶାଖୀ । ଆସନ୍ତା ୧୩ ତାରିଖ ଯାଏଁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।
ତେବେ ଏହି କାଳବୈଶାଖୀ ପ୍ରଭାବରେ ବଲାଙ୍ଗୀର, ନୂଆପଡା ଏବଂ ବରଗଡ ଜିଲ୍ଲାର କିଛି ଅଞ୍ଚଳରେ ଲାଗି ରହିଛି ହାଲୁକା ବର୍ଷା । ଏଥିସହ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି । ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା ଦୁଇ ଦିନ ଯାଏଁ ରାଜ୍ୟର କିଛି ଅଂଚଳକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି । ପଗର ପରିବର୍ତ୍ତନ ଯୋଗୁ ରାଜ୍ୟରେ ଅଧିକାଂଶ ସ୍ଥାନରେ ତାପମାତ୍ରା ହ୍ରାସ ପାଇଛି । ପ୍ରାୟ ୧୧ ସହରର ତାପମାତ୍ରା ୩୦ ଡିଗ୍ରୀ ତଳେ ରହିଛି ।
ତେବେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲାର କିଛି ସ୍ଥାନରେ ୯ ରୁ ୧୧ ତାରିଖ ପର୍ଯ୍ୟନ୍ତ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଏନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ । ବର୍ଷର ପ୍ରଭାବରେ ରାଜଧାନୀରେ ମେଘୁଆ ପାଗ ଦେଖିବାକୁ ମିଳିଛି । କାଳବୈଶାଖୀ ଯୋଗୁ ଫସଲ ନଷ୍ଟ ହେଉଥିବାରୁ ଚାଷୀମାନେ ଚିନ୍ତାରେ ଅଛନ୍ତି । ବର୍ଷା ସାରା କଷ୍ଟ କରି ଚାଷ କରିଥିଲେ କିନ୍ତୁ କାଳବୈଶାଖୀ ପାଇଁ ସବୁ ନଷ୍ଟ ହେଇଯାଉଛି । ଚାଷୀମାନଙ୍କୁ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଅଧିକ ପଢନ୍ତୁ :ଦନ୍ତା ଆକ୍ରମଣରେ ଯୁବକଙ୍କ ମୃତ୍ୟୁ