ରାଜ୍ୟରେ ଶୀତ ପରିମାଣ ଦିନକୁ ଦିନ ବଢୁଥିବା ବେଳେ କଲବଲ କରୁଛି ଘନ କୁହୁଡ଼ି। ଆଜି ସକାଳୁ ରାଜଧାନୀ ଭୁବନେଶ୍ବର ଘନକୁହୁଡ଼ି ଦୃଶ୍ୟମାନ ହୋଇଛି। କୁହୁଡ଼ି ଯୋଗୁଁ ସକାଳ ୯ଟା ପର୍ଯ୍ୟନ୍ତ ରାସ୍ତାଘାଟ ଦିଶୁନି। ତେବେ ଆହୁରି ୨ ଦିନ ପର୍ଯ୍ୟନ୍ତ ଏହିପରି ଘନକୁହୁଡ଼ି ଜାରି ରହିବ। ଆସନ୍ତାକାଲି ପୁରୀ, ଖୋର୍ଦ୍ଧା, କଟକ ଓ ନୟାଗଡ଼ରେ ଅତି ଘନକୁହୁଡ଼ିକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ବାଲେଶ୍ବର, ଭଦ୍ରକ, ଜଗତସିଂହପୁର, ଗଞ୍ଜାମ, ଗଜପତି, ଢେଙ୍କାନାଳ, କନ୍ଧମାଳ, ସୁନ୍ଦରଗଡ଼, ରାୟଗଡ଼ା ଓ କୋରାପୁଟ ଆଦି ଜିଲ୍ଲାରେ ଘନକୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
Read More >