ରାଜଧାନୀରେ ବୋମା ମାଡ଼ କଲେ ଦୁର୍ବୁତ୍ତ। ଦିନକୁ ଦିନ ବଢି ଚାଲିଛି ଦୁର୍ବୁତ୍ତଙ୍କ ଆତଙ୍କ । ଏପରିକି ରାଜଧାନୀର ରାଜରାସ୍ତାରେ ମାରପିଟ ମଧ୍ୟ କରୁଛନ୍ତି । ଯାହାଫଳରେ ସାଧରଣ ଲୋକେ ବହୁ ଅସୁବିଧାର ସାମ୍ନା କରୁଛନ୍ତି । ଭୁବନେଶ୍ୱରେ ପାର୍କିଂରେ ଛିଡ଼ା ହୋଇଥିବା କାର୍କୁ ବୋମା ଫିଙ୍ଗିଲେ ଦୁର୍ବୁତ୍ତ। ଏଭଳି ଅଭାବନୀୟ ଘଟଣା ଘଟିଛି ନୀଳାଦ୍ରି ବିହାରରେ ।
ସୂଚନା ଅନୁଯାୟୀ,ରାଜଧାନୀର ନୀଳାଦ୍ରି ବିହାର ATM ଛକରେ ଏକ କାର୍ ପାର୍କିଂରେ ଛିଡ଼ା ହୋଇଥିଲା । ସେହିସମୟରେ କାର ଉପରକୁ ବୋମା ଫିଙ୍ଗିଥିଲେ ଦୁର୍ବୁତ୍ତ । କାର୍ ଉପରକୁ ଦୁଇଟି ବୋମା ଫିଙ୍ଗି ସେଠାରୁ ଫେରାର ହୋଇଯାଇଥିଲେ ଦୁର୍ବୁତ୍ତ। ଏହି ବୋମା ମାଡ଼ ଫଳରେ ଗାଡ଼ିର କାଚ ଭାଙ୍ଗି ନଷ୍ଟ ହୋଇଯାଇଛି। ତେବେ ସୌଭାଗ୍ୟବସତଃ ଗାଡିରେ କେହି ନଥିବାରୁ କାହାର କୌଣସି କ୍ଷତି ହୋଇନାହିଁ । ଏହି ବୋମା ମାଡ଼ କିଏ ଓ କେଉଁ କାରଣରୁ କରିଛନ୍ତି ତାହାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏନେଇ ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ପହଂଚି ଛାନଭିନ ଆରମ୍ଭ କରିଛନ୍ତି ।
ଅଧିକ ପଢନ୍ତୁ :ବିଦ୍ୟୁତ ସର୍ଟସର୍କିଟରେ ଜଳିଗଲା ଲକ୍ଷାଧିକ ଟଙ୍କାର ଆସବାବପତ୍ର