ବିଦ୍ୟୁତ ସର୍ଟସର୍କିଟରେ ଜଳି ପୋଡି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ଆସବାବପତ୍ର। ତେବେ ଏଭଳି ଅଘଟଣ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ କୁଳିଦା ପଞ୍ଚାୟତ କାର୍ଯ୍ୟାଳୟରେ ଭୟଙ୍କର ଅଗ୍ନିକାଣ୍ତ ଘଟି ଯାଇଛି। ଶୁକ୍ରବାର ମଧ୍ୟାହ୍ନ ସମୟରେ ହଠାତ ପଞ୍ଚାୟତ କାର୍ଯ୍ୟାଳୟରୁ ପ୍ରବଳ ଧୂଆଁ ବାହାରୁ ଥିବା ଦେଖି ସ୍ଥାନୀୟ ଲୋକେ ପଞ୍ଚାୟତର ସରପଞ୍ଚଙ୍କୁ ଡାକିଥିଲେ। ଏହାପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ଗ୍ରାମବାସୀ। ଖବର ପାଇ ବସ୍ତା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ। ହେଲେ ନିଆଁର ପରିମାଣ ଏତେ ଅଧିକ ଥିଲା ଯେ ଉପର ମହଲାରେ ଥିବା ଲକ୍ଷାଧିକ ଟଙ୍କାର ଆସବାବପତ୍ର ଜଳି ପୋଡି ପାଉଁଶ ହୋଇ ଯାଇଥିଲା। ତେବେ ଏ ପର୍ଯ୍ୟନ୍ତ ନିଆଁ ଲାଗିବାର ସଠିକ କାରଣ ଜଣା ପଡି ନଥିଲେ ମଧ୍ୟ ବିଦ୍ୟୁତ ସର୍ଟସର୍କିଟରୁ ଏପରି ନିଆଁ ଲାଗିଥିବା ଅନୁମାନ କରା ଯାଉଛି।