ଭୁବନେଶ୍ୱର : ଲାଞ୍ଚ ନେବାବେଳେ ଧରା ପଡିଲେ ପୋଲିସ୍ ବାବୁ। ଗୁରୁବାର ବାଲିଅନ୍ତା ଥାନା ASI ସୋମନାଥ ପଲେଇ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏକ ପାରିବାରିକ ବିବାଦର ସମାଧାନ ପାଇଁ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ASI ଭିଜିଲାନ୍ସ ହାବୁଡ଼ରେ ପଡିଥିଲେ । ଏହି ଘଟଣାରେ ଭିଜିଲାନ୍ସର ଏକ ଟିମ୍ ସୋମନାଥଙ୍କୁ ପଚରାଚଉରା କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି।