ପୁଣେ: ପୁଣେରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏକ ଦ୍ରୁତଗାମୀ ଟ୍ରକ୍ ସିରିଜ୍ ଦୁର୍ଘଟଣା ଘଟାଇଛି । ଫଳରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ପୁଣେ-ବେଙ୍ଗାଲୁରୁ ଜାତୀୟ ରାଜପଥର ନାଭଲେ ବ୍ରିଜରେ ଘଟିଛି ।
ପୁଣେ ସହର ପୋଲିସ ଜୋନ୍ ୩ ଡିସିପି ସମ୍ଭାଜୀ କଦମଙ୍କ ସୂଚନା ମୁତାବକ, ପୁଣେ-ବେଙ୍ଗାଲୁରୁ ରାଜପଥରେ ଥିବା ନାଭାଲେ ବ୍ରିଜ ନିକଟରେ ଏକ କଣ୍ଟେନର ନିୟନ୍ତ୍ରଣ ହରାଇ ଏକାଧିକ ଗାଡ଼ିଙ୍କୁ ଧକ୍କା ଦେଇଥିଲା । ଫଳରେ ୨ରୁ ୩ଟି କାରରେ ନିଆଁ ଲାଗିଯାଇଥିଲା । ଫଳରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ନାସିକ ସହରରେ ମଧ୍ୟ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ବୁଧବାର ରାତି ପ୍ରାୟ ୨ଟା ୩୦ ମିନିଟ ସମୟରେ ଏକ ଏସୟୁଭିର ଟାୟାର ଫାଟି ଯାଇଥିଲା, ଯାହା ଫଳରେ ଗାଡ଼ିଟି ନିୟନ୍ତ୍ରଣ ହରାଇ ଡିଭାଇଡରରେ ଧକ୍କା ଦେଇଥିଲା ଏବଂ ବହୁତ ଥର ଓଲଟିଥିଲା । ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା, ଯେତେବେଳେ ତାଙ୍କ ପାଞ୍ଚ ଜଣ ବନ୍ଧୁ ଗୁରୁତର ଆହତ ହୋଇଥିଲେ।