କଟକ : ବାଲିଯାତ୍ରା ଶେଷ ଦିନରେ ପ୍ରବଳ ଭିଡରୁ ଠେଲାପେଲା । ପୁଲିସ ଵାରିକେଡିଂ ଯୋଗୁଁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଛି। ପୁଲିସ ବ୍ୟାରିକେଡ ଭାଙ୍ଗିଲେ ଲୋକେ। ଠେଲାପେଲାରେ ୨ ଜଣ ଅଚେତ୍ ହୋଇଥିବା ସୂଚନା ରହିଛି।
ସୂଚନା ଥାଉକି ବଲିଉଡ୍ କଣ୍ଠଶିଳ୍ପୀ ଶେୟା ଘୋଷାଲଙ୍କ ସୋ’ ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ ହୋଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ ଲୋକେ ବ୍ୟାରିକେଡ ଭାଙ୍ଗି ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଏପରିକି ପୁଲିସ ଓ ଲୋକ ହାତାହାତି ମଧ୍ଯ ହୋଇଥିଲେ। ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଅତିରିକ୍ତ ସିପି ପହଞ୍ଚିଥିଲେ। ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ପକ୍ଷରୁ ମୃଦୁ ଲାଠି ଚାଳନା କରାଯାଇଛି। ଶ୍ରୀୟା ଘୋଷାଲ ଷ୍ଟେଜ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଭିଡ଼ରେ ଧସ୍ତାଧସ୍ତିରେ ଜଣେ ଯୁବକ ଏବଂ ଜଣେ ଯୁବତୀ ଅଚେତ୍ ହୋଇପଡିଥିଲେ । ସଙ୍ଗେ ସଙ୍ଗେ ୨ ଅଚେତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲକୁ ନିଆଯାଇଛି।