ଭୁବନେଶ୍ୱର : ଓଡିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନଭେମ୍ବର ୨୦ରେ ଓଡିଶା ଆସି ଝାରସୁଗୁଡ଼ା ଦେଇ ଛତିଶଗଡ଼ ଯିବେ ରାଷ୍ଟ୍ରପତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତକୁ ନେଇ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।
ଆସନ୍ତା ୨୦ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦିନ ୧୦ଟା ୦୫ ମିନିଟ୍ରେ ବାୟୁସେନାର ସ୍ବତନ୍ତ୍ର ବିମାନରେ ନୂଆଦିଲ୍ଲୀରୁ ଆସି ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବେ । ଝାରସୁଗୁଡ଼ାରୁ ବାୟୁସେନା ହେଲିକପ୍ଟରରେ ଛତିଶଗଡ଼ ଅମ୍ବିକାପୁର ଯିବେ। ଏହାପରେ ପୁଣି ୨୭ ତାରିଖ ଅପରାହ୍ନ ୨ଟାରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ। ଅପରାହ୍ନ ୪ଟାରେ ରାଜଭବନ ସ୍ଥିତ ନୂଆ କଳିଙ୍ଗ ଅତିଥି ନିବାସକୁ ରାଷ୍ଟ୍ରପତି ଉଦ୍ଘାଟନ କରିବେ। ଅପରାହ୍ନ ୪ଟା ୩୦ରୁ ୫ଟା ୩୦ ପର୍ଯ୍ୟନ୍ତ ବିଧାନସଭାରେ ସମ୍ବୋଧନ କରିବେ। ଏହାପରେ ରାଜ୍ଯ ଅତିଥି ଭବନରେ ରାତ୍ରି ରହଣି କରି ୨୮ ତାରିଖ ସକାଳ ୯ଟା ୩୫ରେ ଭୁବନେଶ୍ବର ବିମାନ ବନ୍ଦରରୁ ଲକ୍ଷ୍ନୌ ବାହାରିବେ ।
ତେବେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କର ଝାରସୁଗୁଡ଼ାରେ କୌଣସି କାର୍ଯ୍ୟକ୍ରମ ନଥିବା ବେଳେ ଏଠାରେ କେବଳ ବିମାନରୁ ହେଲିକପ୍ଟର ଲେ-ଓଭର ରହିଥିବା ସୂଚନା ମିଳିଛି।