ଭଦ୍ରକ : ମହିଳାଙ୍କ ଭ୍ୟାନିଟ ବ୍ୟାଗରୁ ସୁନା ଓ ରୂପା ଗହଣା ଚୋରି ଘଟଣାରେ ୮୦ ଗ୍ରାମ ସୁନା ଓ ରୂପା ସହ ଜଣେ ଅଭିଯୁକ୍ତ ଗିରଫ ।
ସୂଚନା ଅନୁଯାୟୀ ଜଗତସିଂପୁର ଜିଲ୍ଲାର ଚିନ୍ମୟୀ ସାହୁ ତାଙ୍କ ସ୍ୱାମୀଙ୍କ ସହ ଗତ ୧୦ ତାରିଖରେ କଟକରୁ ବାଲେଶ୍ୱର ଏକ ସ୍କୁଟି ଯୋଗେ ଆସୁଥିବା ବେଳେ ଟିଫିନ୍ କରିବା ପାଇଁ ଭଦ୍ରକ ଜିଲ୍ଲା ସହରାଞ୍ଚଳ ଥାନା ଅଧୀନ ଚରମ୍ପା ନିକଟରେ ଅଟକିଥିଲେ । ଚରମ୍ପା ବଜାର ର ଏକ ଟିଫିନ ଦୋକାନକୁ ଯାଇ ମହିଳା ତାଙ୍କ ଛୋଟ ପିଲାକୁ ଖାଇବାକୁ ଦେଉଥିବା ବେଳେ ଭ୍ୟାନିଟି ବ୍ୟାଗ୍ ଥିବା ସୁନା ଓ ରୂପା ଅଳଙ୍କାର ରହିଥିଲା ଯାହା ଚୋରି ହୋଇଯାଇଥିଲେ । କେହି ଦୁର୍ବୁତ୍ତ ଚୋରି କରିନେଇଥିବା ନେଇ ଥାନାରେ ଅଭିଯୋଗ କରିବା ପରେ । ପୋଲିସ ଚରମ୍ପା ବଜାରରେ ଲାଗିଥିବା ସିସିଟିଭି ଯାଞ୍ଚ କରିଥିଲା । ବିଶ୍ୱସ୍ତ ସୂତ୍ର ରୁ ସୂଚନା ପାଇବା ପରେ ଜଣେ ନାବାଳକ ଅଭିଯୁକ୍ତଙ୍କୁ ଗିରଫ କରିବାରେ ଭଦ୍ରକ ସହରାଞ୍ଚଳ ପୋଲିସ ସକ୍ଷମ ହୋଇଥିଲା । ଅଭିଯୁକ୍ତ ନିକଟ ରୁ ୮୦ ଗ୍ରାମ ସୁନା ଅଳଙ୍କାର ଏବଂ ୭୦ ଗ୍ରାମ ରୂପା ଅଳଙ୍କାର ଜବତ କରିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର୍ ଥିବା ନେଇ ଅତିରିକ୍ତ ଏସପି ସମ୍ବିତ ମାଝୀ ସୂଚନା ଦେଇଛନ୍ତି ।