ଭଦ୍ରକ: ବିପଦ ସଙ୍କେତ ଉପରେ ବୈତରଣୀ ନଦୀର ବନ୍ୟା ଜଳ ପ୍ରବାହିତ। ଆନନ୍ଦପୁରରେ ବୈତରଣୀର ବିପଦ ସଂକେତ ୩୮.୩୬ ମିଟର ଥିବା ବେଳେ ଏହା ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି। ସେହିପରି ଆଖୁଆପଦାଠାରେ ୧୮.୯୦ ମିଟର ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି। ତେବେ ବର୍ତମାନ ପାଣିଘେରରେ ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକର ଅନେକ ଗାଁ। ତେବେ ଧୀରେ ଧୀରେ ବୈତରଣୀରେ ଜଳସ୍ତର ବଢ଼ିବାରେ ଲାଗିଛି। ଆଜି ସର୍ବୋଚ୍ଚ ବନ୍ୟାଜଳ ପ୍ରବାହ ହୋଇପାରେ ବୋଲି ଅନୁମାନ କରାଯାଉଛି। ନଦୀର ସ୍ଥିତି ଉପରେ ୨୪ ଘଣ୍ଟିଆ ନଜର ରଖାଯାଇଛି। ଯାଜପୁର, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାକୁ ଆଲର୍ଟରେ ରଖାଯାଇଛି। ଅବାଶ୍ୟକ ସ୍ଥଳେ ତଳିଆ ଅଞ୍ଚଳର ଲୋକଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି ।