ଭୁୁବନେଶ୍ୱର: ଶେଷରେ ବିଜୁ ଜନତା ଦଳ(ବିଜେଡି)ର କର୍ପୋରେଟର ଅମରେଶ ଜେନାଙ୍କୁ ଗିରଫ କରିଛି ପୋଲିସ । ବାଲେଶ୍ୱର ନୀଳଗିରିରୁ କମିଶନରେଟ୍ ପୋଲିସ ରବିବାର ଗିରଫ କରିଛି । ଗିରଫ ପରେ ଅମରେଶ ଜେନାଙ୍କୁ ବିଜେଡିରୁ ସସପେଣ୍ଡ କରାଯାଇଛି । ଦଳର ସଭ ।ପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏ ନେଇ ନୋଟିସ୍ ବି ଜାରି କରାଯାଇଛି ।
ସୂଚନା ଅନୁଯାୟୀ, ଯୁବତୀଙ୍କ ଅଭିଯୋଗ ଆଧାରରେ ଅମରେଶ ଜେନା ଗିରଫ ହୋଇଛନ୍ତି । ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକସ ଂପର୍କ ରଖିଥିବା ଅଭିଯୋଗ କରିଥିଲେ ଯୁବତୀ । ଗତକାଲି ଅମରେଶଙ୍କ ୫ ସହଯୋଗୀଙ୍କୁ ପୋଲିସ ଗିରଫ କରିଥିଲା । ଗତ ଗୁରୁବାର ଲକ୍ଷ୍ମୀସାଗର ଥାନାରେ ଜଣେ ଯୁବତୀ ଅମରେଶ ଜେନା ଓରଫ ବାୟାଁଙ୍କ ବିରୋଧରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିବା ଏବଂ ଭ୍ରୁଣ ହତ୍ୟା ପାଇଁ ବାଧ୍ୟ କରିବାର ସଙ୍ଗୀନ ଅଭିଯୋଗ ଆଣିଥିଲେ ।
ଅଭିଯୋଗକୁ ଭିତ୍ତି କରି କମିଶନେଟ୍ ପୋଲିସ ଅମରେଶଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢଉ କରିଥିଲା । କିନ୍ତୁ ଅମରେଶ ଜେନା ଫେରାର ହୋଇ ଯାଇଥିଲେ । ପୋଲିସ ତାଙ୍କ ମୋବାଇଲ ଟ୍ରାକିଂ କରି ସେ କାହା ସହ କଥା ହୋଇଥିଲେ ତାହା ଜାଣିବାକୁ ପାଇଥିଲା । ପୋଲିସ ଅମରେଶଙ୍କ ପାଞ୍ଚ ସହଯୋଗୀଙ୍କୁ ଥାନାକୁ ଆଣି ପଚରା ଉଚୁରା କରିବା ପରେ ଗିରଫ କରିଥଲା ଏବେଂ କୋର୍ଟ ଚାଲାଣ କରିଥିଲା ।
ଗିରଫ ଅଭିଯୁକ୍ତମାନେ ବଡ଼ଗଡ଼ ଗୌତମନଗରର ବିବେକ କୁମାର ସ୍ବାଇଁ(୨୯), ସନ୍ତୋଷୀବିହାର ଅଞ୍ଚଳର ବିକ୍ରମ ମହାନ୍ତି(୪୨), ଚିନ୍ତାମଣିଶ୍ବର ଅଞ୍ଚଳର ଦେବେନ୍ଦ୍ର ଭୋଳ(୪୫)ଓ ସୁମନ କୁମାର ସାହୁ(୨୭) ଏବଂ ଲକ୍ଷ୍ମୀସାଗର ଶବରସାହିର ରାଜୀବ ଚମ୍ପତ୍ତି(୪୫)।