ଯାଜପୁର : ବନ୍ୟା ପାଣିରେ ବୁଡିଲା ଯାଜପୁର ସପ୍ତମାତୃକା ମନ୍ଦିର । ବୈତରଣୀରେ ବନ୍ୟା ଯୋଗୁ ଯାଜପୁର ସହରରେ ଥିବା ସପ୍ତମାତୃକା ମନ୍ଦିର ବୁଡି ଯାଇଛି । ଆସନ୍ତାକାଲି ଶ୍ରାବଣ ସୋମବାର ଥିବାରୁ ଦଶ୍ୱାଶମେଧ ଘାଟରେ କାଉଡିଆଙ୍କ ଭିଡ ଲାଗି ରହିଛି । ପାଣି ଭିତରେ ପଶି ଶହଶହ କାଉଡିଆ ପାଣି ନେଉଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ଅଗ୍ନିଶମ ବାହିନୀ ସେଠାରେ ଉପସ୍ଥିତ ଅଛନ୍ତି । ବୈତରଣୀ ଜଳସ୍ତର ବଢୁଥିବା ବେଳେ କୋରେଇ, ଦଶରଥପୁର, ଯାଜପୁରରେ ବନ୍ୟା ପରିସ୍ଥିତି ଦେଖା ଦେଇଛି ।
ବୈତରଣୀରେ ବିପଦ ସଂକେତ ଉପରେ ବନ୍ୟା ପାଣି ପ୍ରଭାବିତ ହେଉଛି । ବିପଦ ସଂକେତ ୧୮. ୩୩ ଥିବା ବେଳେ ବର୍ତ୍ତମାନ ୧୮.୬୨ ଉପରେ ପ୍ରବାହିତ ହେଉଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର ପାଇଁ ଓଡ୍ରାଫ ଟିମ୍କୁ ନିୟୋଜିତ କରାଯାଇଛି । ସମସ୍ତ ସରକାରୀ ଅଧିକାରୀମାନଙ୍କୁ ସମ୍ଭାବ୍ୟ ବନ୍ୟା ପାଇଁ ଆଲର୍ଟ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।