ଝାଡ଼ଖଣ୍ଡ ଚାଇବାସାର ପୋଲିସକୁ ମିଳିଲା ବଡ଼ ସଫଳତା । ପୋଲିସ ମାଓବାଦୀଙ୍କ ଯୋଜନାକୁ ପଣ୍ଡ କରି ମାଟି ତଳୁ ଲକ୍ଷ ଲକ୍ଷ ଟଙ୍କା ଜବତ କରିଛି ।
ସୂଚନା ଅନୁସାରେ, କୌଣସି ସୂତ୍ରରୁ ଖବର ପାଇ ଚାଇବାସା ପୋଲିସ ମାଟି ତଳୁ ଟଙ୍କା ଜବତ କରିଛି । ଜବତ ଟଙ୍କାର ଆନୁମାନିକ ମୂଲ୍ୟ ପ୍ରାୟ ୩୫ ଲକ୍ଷ ହେବ । ବିସ୍ଫୋରକ କିଣିବା ପାଇଁ ମାଓବାଦୀମାନେ ଟଙ୍କା ଲୁଚାଇ ରଖିଥିବା ଅନୁମାନ କରାଯାଉଛି । ଟଙ୍କା ନଷ୍ଟ ନ ହେବା ପାଇଁ ଟଙ୍କାର ବଣ୍ଡଲଗୁଡ଼ିକୁ କାଗଜ ଏବଂ ପ୍ଲାଷ୍ଟିକରେ ଗୁଡ଼ାଯାଇଛି। ସମସ୍ତ ଟଙ୍କା ଏକ ଷ୍ଟିଲ୍ କ୍ୟାନରେ ରଖାଯାଇ ମାଟିରେ ପୋତି ଦିଆଯାଇଥିଲା।ମୋଟ ୩୫ଟି ପୃଥକ ବଣ୍ଡଲ ଜବତ ହୋଇଛି । ଏନେଇ ରାଞ୍ଚି ଆଇଜି ଏକ୍ସରେ ସୂଚନା ଦେଇଛନ୍ତି । ସୁରକ୍ଷା ବାହିନୀଙ୍କ ବିରୋଧରେ ମାଓବାଦୀ କିଛି ଷଡଯନ୍ତ୍ର ରଚିବା ପାଇଁ ଟଙ୍କା ରଖିଥାଇ ପାରନ୍ତି । ଜବତ ଟଙ୍କାକୁ ଥାନାକୁ ନେବା ପରେ ସଠିକ୍ ପରିମାଣ ଜଣାପଡିବ।