ତାଳଚେର: ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ୩ ଜଣ ଗିରଫ। ତିନି ସାମ୍ବାଦିକଙ୍କୁ ଗିରଫ କଲା ତାଳଚେର ପୋଲିସ। ସାମ୍ବାଦିକ ମନୀଲ ମହାରଣା, ଆନମ ନାଜ ଓ ସାହିଦ୍ ଖାନ୍ ଙ୍କୁ ଗିରଫ କରିଛି ତାଳଚେର ପୋଲିସ୍। ଏହି ବିଶୃଙ୍ଖଳିତ କାର୍ଯ୍ୟ ପରେ ମନୀଲଙ୍କ ନିଯୁକ୍ତିକୁ ରଦ୍ଦ କଲା ଚ୍ୟାନେଲ । ଗିରଫ ସାମ୍ବାଦିକା ଆନମ ନାଜ ମଧ୍ୟ କାଲି ଆହତ ସାମ୍ବାଦିକ ରବୀନ୍ଦ୍ର ସେଠ୍ଙ୍କ ନାଁରେ ଏତଲା କରିଥିଲେ କିନ୍ତୁ ଅଭିଯୋଗ ଭିତ୍ତିହୀନ ବୋଲି ଜଣାପଡିଛି।
ସୂଚନା ଅନୁଯାୟୀ ଗତକାଲି ଶନିବାର ରାତିରେ ଖବର ଓଡ଼ିଶା ସାମ୍ବାଦିକ ରବୀନ୍ଦ୍ର ନାଥ ତାଳଚେର ବାଇପାସ ଛକ ପାଖରେ ଥିବା ଗୋଟେ ଫଳ ଦୋକାନ ରୁ ଫଳ କିଣି ଘରକୁ ବାହାରିବା ବେଳେ ପୂର୍ବରୁ ଯୋଜନାବଦ୍ଧ ଭାବେ ମାରିଦେବାକୁ ମନିଲିମହାରଣା ଏବଂ ତାଙ୍କ ଜ୍ୱାଇଁ,ସହୀଦ ଖାଁ ଓ ସହୀଦ ଖାଁ ର ସ୍ତ୍ରୀ ଅନାମ ନାଜ ହଠାତ୍ ଆସି ଗୋଟେ ଷ୍ଟିଲ ରଡ଼ ସାହାଯ୍ୟରେ ରବୀନ୍ଦ୍ର ମୁଣ୍ଡକୁ ଶକ୍ତ ପାହାର ଦେଇଥିଲେ । ରବୀନ୍ଦ୍ର ହାତରେ ଅଟକାଇବା ବେଳେ ରବୀନ୍ଦ୍ରଙ୍କ ମୁଣ୍ଡ ଫାଟିବା ସହ ହାତ ଟି ଭାଙ୍ଗି ଯାଇଥିଲା । ସେଠାରୁ ରବୀନ୍ଦ୍ର ଜୀବନକୁ ବଞ୍ଚାଇବା ପାଇଁ ଖସି ପଳାଇ ଆସି ନିକଟସ୍ଥ ତାଳଚେର ମଣ୍ଡା ପାଳ ମେଡିକାଲରେ ଚିକିତ୍ସା ହୋଇ ଥାନାରେ ଏତଲା ଦେଇ ଥିଲେ । ତେବେ ଏହାପରେ ରବୀନ୍ଦ୍ର ଗୁରୁତର ହେବାରୁ ତାଙ୍କୁ ଅନୁଗୁଳ ମେଡିକାଲକୁ ଡାକ୍ତର ସ୍ଥାନାନ୍ତରିତ କରାଯାଇଥିଲା ।