କଟକ : କଟକ ବାସୀଙ୍କ ପାଇଁ ଖୁସି ଖବର ଦେଲେ ସାଂସଦ ଭର୍ତ୍ତୃହରି ମହତାବ। କଟକ ଓଏମପି (OMP) ଠାରୁ କନ୍ଦରପୁର ପର୍ଯ୍ୟନ୍ତ ହେବ ଏଲିଭେଟେଡ୍ କରିଡର୍ । ଏନେଇ କଟକ ସାଂସଦ ଭର୍ତ୍ତୃହରି ମହତାବ ସୂଚନା ଦେଇଛନ୍ତି । ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରିଙ୍କ ସହ ଆଲୋଚନା ହୋଇଛି । ଖୁବଶୀଘ୍ର ମଞ୍ଜୁରୀ ମିଳିବ କହିଛନ୍ତି କଟକ ସାଂସଦ। 'ଡିପିଆର୍ ପ୍ରସ୍ତୁତ ସରିଛି, ଆସନ୍ତା ୩ ମାସରେ କାମ ଆରମ୍ଭ ହେବ । ଏଥିପାଇଁ ୬୪୦ କୋଟି ଟଙ୍କା ଖର୍ଚ୍ଚ ହେବ । ଭିଡ଼କୁ ଦୃଷ୍ଟିରେ ରଖି ଏଲିଭେଟେଡ୍ କରିଡର ପାଇଁ ନିଷ୍ପତ୍ତି ହୋଇଛି ବୋଲି ସାଂସଦ କହିଛନ୍ତି।