ଭୁବନେଶ୍ୱର: ଆଜିବି ରାଜ୍ୟରେ ଜାରି ରହିବ ପ୍ରବଳରୁ ଅତି ପ୍ରବଳ ବର୍ଷା। ଆସନ୍ତା ୨୯ ତାରିଖ ଯାଏ ବର୍ଷା ଲାଗି ରହିବ। ତେବେ ଆଜି ବର୍ଷାକୁ ଦୃଷ୍ଟିରୁ ରଖି ୧୧ ଜିଲ୍ଲାକୁ ବାଦ ଦେବା ପରେ ଅନ୍ୟ ସମସ୍ତ ଜିଲ୍ଲାରେ ବର୍ଷାର ପରିମାଣ ବଢିବା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିପରି ଝଟକା ପବନ ୪୦ରୁ ୫୦ କିମି ବେଗରେ ବହିବାର ସମ୍ଭାବନା ଥିବାରୁ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ମତ୍ସଜୀବୀଙ୍କୁ ସମୁଦ୍ର ନଯିବାକୁ କୁହାଯାଇଛି ।
ତେବେ ଜୁଲାଇ ୨୮ ଓ ୨୯ ତାରିଖ ପାଇଁ ପୁରା ରାଜ୍ୟରେ ବର୍ଷା ସମ୍ଭାବନା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି । ଏହାପରେ ୩୦ ତାରିଖରୁ ବର୍ଷାର ପରିମାଣ କମିବ। କୌଣସି ଓ୍ବାର୍ଣ୍ଣିଂ ଜାରି ହୋଇନାହିଁ। ରାଜ୍ୟର କିଛି ସ୍ଥାନରେ ୨୦ ସେମିରୁ ଅଧିକ ବର୍ଷା ହେବା ସମ୍ଭାବନା ଥିବାରୁ ଆକସ୍ମିକ ବନ୍ୟା ଆସିବା ନେଇ ସତର୍କ କରାଯାଇଛି । ସମସ୍ତ ଜିଲ୍ଲାପାଳଙ୍କୁ ସଚେତନ ରହିବା ସହ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହାସହିତ ତଳି ଅଞ୍ଚଳରେ ରହୁଥିବା ସମସ୍ତ ଅଞ୍ଚଳବାସୀଙ୍କ ପାଇଁ ଖାଦ୍ୟ ଏବଂ ପାନୀୟ ଜଳର ବ୍ୟବସ୍ଥା ମଧ୍ୟ କରାଯାଇଛି।