ବାଲେଶ୍ୱର : ବାହାନଗାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଗତକାଲି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ଟିମ୍ ବାଲେଶ୍ବରରେ ପହଞ୍ଚିଛନ୍ତି | କେଉଁ ପରିସ୍ଥିତିରେ ଏତେ ବଡ଼ ଦୁର୍ଘଟଣା ଘଟିଲା ? ଦୁର୍ଘଟଣା ପଛରେ କୌଣସି ଅପରାଧିକ ଷଡଯନ୍ତ୍ର ଅଛି କି ନାହିଁ ଏସବୁ ଦିଗରେ ସିବିଆଇ ଅଧିକାରୀମାନେ ଯାଞ୍ଚ କରିବେ। ପ୍ରାଥମିକ ଅନୁସନ୍ଧାନ ପରେ ସିବିଆଇ ମାମଲା ରୁଜୁ କରିବ ବୋଲି ଜଣାପଡ଼ିଛି | ତେବେ ପ୍ରାଥମିକ ପର୍ଯ୍ୟାୟରେ ସିବିଆଇ ଟିମ୍ ଷ୍ଟେସନ ମାଷ୍ଟରଙ୍କୁ ପଚରାଉଚରା କରିପାରେ।
ଅଧିକ ପଢନ୍ତୁ : କେବଳ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା : ରେଳୱେ ବୋର୍ଡ ପକ୍ଷରୁ ସ୍ପଷ୍ଟ
ବାହାନଗାରେ ହୋଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ଯେଉଁ କର୍ମଚାରୀଙ୍କ କାର୍ଯ୍ୟ ସନ୍ଦେହ ଘେରରେ ଅଛି ସେମାନଙ୍କୁ କମିସନ୍ ଅଫ୍ ରେଲ୍ ସେଫ୍ଟି ର ତଦନ୍ତ ପରିସରଭୁକ୍ତ କରାଯାଇଛି। ଏଥିରେ ବାଲେଶ୍ୱର ରେଳ ଷ୍ଟେସନରୁ ବାହାନଗା ବଜାର ରେଳ ଷ୍ଟେସନ ପର୍ଯ୍ୟନ୍ତ ରେଳ ଲାଇନ୍ ମରାମତି ଦାଇତ୍ୱରେ ଥିବା ସଂସ୍ଥାର ସୁପରଭାଇଜରଙ୍କ ଠାରୁ ଆରମ୍ଭ କରି ସିଗ୍ନାଲ୍ ଇଞ୍ଜିନିୟର, ଷ୍ଟେସନ ମାଷ୍ଟର, ଆସିଷ୍ଟାଣ୍ଟ ଷ୍ଟେସନ ମାଷ୍ଟରଙ୍କ ସମେତ ପ୍ରାୟ 10ରୁ ଅଧିକ କର୍ମଚାରୀଙ୍କୁ ଖଡଗପୁରସ୍ଥିତ ଡିଭିଜନ କାର୍ଯ୍ୟାଳୟରେ ଜଣ ଜଣ କରି ଜେରା କରାଯାଉଛି।
ଅଧିକ ପଢନ୍ତୁ : ବାହାନଗାରେ ସ୍ୱାଭାବିକ ହେଲା ଟ୍ରେନ୍ ଚଳାଚଳ : ଟ୍ରେନ ଗଡ଼ିବା ବେଳେ ହାତଯୋଡି ଭଗବାନଙ୍କୁ ପ୍ରାର୍ଥନା କଲେ ରେଳ ମନ୍ତ୍ରୀ
ସୂଚାନଯୋଗ୍ୟ, କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଦ୍ୱାରା ତଦନ୍ତ କରାଯିବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେବା ପରେ ସିବିଆଇ ଟିମ୍ ତଦନ୍ତ ଭାର ହାତକୁ ନେଇଛି।
ଅଧିକ ପଢନ୍ତୁ : ଟ୍ରେନ୍ ଦୁର୍ଘଟଣା ପୀଡିତଙ୍କୁ ସହାୟତାର ହାତ ବଢାଇଲେ ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହୱାଗ