ଭୁବନେଶ୍ବର: ସମ୍ଭାବ୍ୟ ଭାରତ ଓ ପାକିସ୍ତାନ ଯୁଦ୍ଧ ସ୍ଥିତିକୁ ନେଇ ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ପୋଲିସ ସେବା ଭବନରେ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ପୋଲିସ ମହାନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ତଟରକ୍ଷୀ ଏଡିଜି, ଆଇନ ଶୃଙ୍ଖଳା ଏଡିଜି ସାମିଲ ହୋଇଥିଲେ ।
ଏହି ବୈଠକ ପରେ ତଟ ସୁରକ୍ଷା ଏଡିଜି ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, "ଉପକୂଳ ଅଞ୍ଚଳରେ ତଟ ସୁରକ୍ଷା ଡ୍ରୋନ୍ରେ ନଜର ରଖାଯାଇଛି । ମେରାଇନ୍ ପୋଲିସ, ତଟରକ୍ଷୀ ବାହିନୀ ସହ ଆଲର୍ଟରେ ଅଛନ୍ତି । ନୌସେନା ଓ ଗୁଇନ୍ଦା ବିଭାଗ ସହ ଯୋଗାଯୋଗ ରଖାଯାଇଛି । ଓଡ଼ିଶାର ମେରାଇନ୍ ଥାନା ସବୁ ସଜାଗ ଅଛନ୍ତି । ଯେକୌଣସି ପରିସ୍ଥିତି ସୃଷ୍ଟି ହେଲେ ବି ସାମ୍ନା କରିବା ପାଇଁ ପୋଲିସ ବିଭାଗ ସଜାଗ ହୋଇ ରହିଛନ୍ତି ।
ସମ୍ବେଦନଶୀଳ ସ୍ଥାନ ଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ରାଜ୍ୟବାସୀମାନେ ଭୟଭୀତ ନ ହୋଇ ସତର୍କରେ ରହିବା ପାଇଁ ସୂଚନା ଦିଆଯାଇଛି ।