ଭୁବନେଶ୍ୱର : ଆଜି ଠାରୁ ରାଜ୍ୟର ସବୁ ଜିଲ୍ଲାପାଳ ଓ ଆରଡିସିଙ୍କ ଛୁଟି ବାତିଲ। ଦେଶର ପଶ୍ଚିମ ଭାଗରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଛୁଟିରେ ଏଭଳି ନିଷ୍ପତି ନେଇଛନ୍ତି ସରକାର। ଜିଲ୍ଲାପାଳ ଓ ଆରଡିସିଙ୍କୁ ତୁରନ୍ତ ମୁଖ୍ୟାଳୟକୁ ଫେରିବା ସହ କାର୍ଯ୍ୟରେ ଯୋଗଦେବାକୁ କୁହାଯାଇଛି। ଏହି ସମୟରେ କୌଣସି ଛୁଟି ମଂଜୁର ହେବ ନାହିଁ ବୋଲି ମଧ୍ୟ ନିର୍ଦେଶନାମା ଜାରି ହୋଇଛି। ସେହିପରି ସବୁ ଆଇପିଏସ ଅଫିସରଙ୍କ ଛୁଟି ବାତିଲ ହୋଇଛି। ଏନେଇ ଗୃହ ବିଭାଗର ଅତିରିକ୍ତ ସଚିବ ପୋଲିସ ଡିଜିଙ୍କୁ ଚିଠି ଲେଖି ଜଣାଇଛନ୍ତି। ଏପରିକି ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।