ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମର ପ୍ରବାହ ବଢିବାରେ ଲାଗିଛି । କିଛି ଦିନ ହେଲା ତାତିରେ ବ୍ରେକ୍ ଲାଗୁନି। ରାଜ୍ୟରେ ଖରା ସଙ୍ଗକୁ ଅସହ୍ୟ ଗୁଳୁଗୁଳି। ଶନିବାର ଦିନ ୧୧:୩୦ ସୁଦ୍ଧା ୩୯ ଡିଗ୍ରୀ ପାର୍ କରିଛି ତାତି।
ସେହିଭଳି ସମ୍ବଲପୁରରେ ୩୯.୨ ଡିଗ୍ରୀ, ଝାରସୁଗୁଡାରେ ୩୮.୮ ଡିଗ୍ରୀ, ହୀରାକୁଦରେ ୩୮.୬ ଡିଗ୍ରୀ, ବାଲେଶ୍ୱରରେ ୩୭.୮ ଡିଗ୍ରୀ, ରାଉଲକେଲାରେ ୩୭.୬ ଡିଗ୍ରୀ, ଭୁବନେଶ୍ୱରରେ ୩୬.୮ ଡିଗ୍ରୀ ତାପମାତ୍ରା ରେର୍କଡ କରାଯାଇଥିଲା।
ତେବେ କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ବର୍ଷା ହେଉଥିବା କାରଣରୁ କିଛି ଦିନ ହେବ ଟାଣ ଖରାର ପ୍ରକୋପ କିଛିଟା ମାତ୍ରାରେ କମିଥିଲା। ହେଲେ ଏବେ ପୁଣିଥରେ ରାଜ୍ୟକୁ ଫେରୁଛି ତାତି। ୧୧, ୧୨ ଓ ୧୩ ତାରିଖରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମଲହରି ବହିପାରେ। ୧୪ ତାରିଖ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ଗ୍ରୀଷ୍ମଲହରି ବହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।