ନବରଙ୍ଗପୁର: ଶୁକ୍ରବାର ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ଚରାମୂଳା ବ୍ରିଜ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ପୋଲିସ ଏହି ଘଟଣାର ତଦନ୍ତ ଜାରି କରିଥିଲା ।
ସୂଚନା ଅନୁସାରେ, ଚରାମୂଳା ବ୍ରିଜ ନିକଟରେ ବାଇକ ଦୁର୍ଘଟଣା ଘଟି ଜଣେ ଗୁରୁତର ହୋଇଥିବାବେଳେ ଘଟଣାସ୍ଥଳରେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଥିଲା । ଗୁରୁତରଙ୍କୁ ଉଦ୍ଧାର କରି ନବରଙ୍ଗପୁର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଏନେଇ ସ୍ଥାନୀୟ ଲୋକେ ମୈଦଲପୁର ଥାନା ପୋଲିସକୁ ଖବର ଦେଇଥିଲେ । ଖବର ପାଇ, ଥାନା ଆଇଆଇସି ବିପିନ କୁମାର କୂଳଦୀପ ଓ ଏଆଇସି ଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି କରିଛନ୍ତି । କେଉଁ କାରଣରୁ ଦୁର୍ଘଟଣା ଘଟିଛି ତାହା ଅସ୍ପଷ୍ଟ ରହିଛି । ତଦନ୍ତ କଲେ ଘଟଣା କିପରି ଘଟିଛି ଜଣାପଡିବ ବୋଲି ଆଇଆଇସି ସୂଚନା ଦେଇଛନ୍ତି ।