ଭୁବନେଶ୍ୱର: ଭାରତ ଓ ପାକିସ୍ତାନର ଯୁଦ୍ଧସ୍ଥିତିକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ହାଇ ଆଲର୍ଟ ଜାରି କରାଯାଇଛି । କେନ୍ଦ୍ରସରକାର ସବୁ ରାଜ୍ୟଙ୍କ ଯୁଦ୍ଧ ପାଇଁ ସଚେତନ କରାଇଛନ୍ତି । ଏହି କ୍ରମରେ ଓଡ଼ିଶାରେ ମଧ୍ୟ ବିହିତ ପଦକ୍ଷେପ ନିଆଯାଉଛି । ଓଡିଶା ଆକାଶରେ ଉଡୁଥିବା ସମସ୍ତ ଡ୍ରୋନ୍ ଉପରେ କଡ଼ା ନଜର ରଖିବାକୁ ଓଡ଼ିଶା ସରକାର ଏନେଇ ସମସ୍ତ ପୋଲିସଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଶାରେ ଥିବା ସମ୍ବେଦନଶୀଳ ସ୍ଥାନ ପୁରୀ ଶ୍ରୀମନ୍ଦିର, ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି, ହୀରାକୁଦ ଡ୍ୟାମ ଭଳି ଇତ୍ୟାଦି ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।
ସମ୍ଭାବ୍ୟ ଯୁଦ୍ଧ ସ୍ଥିତିକୁ ନେଇ ଓଡ଼ିଶା ସରକାର ପ୍ରସ୍ତୁତ ଅଛନ୍ତି । ଆତଙ୍କବାଦୀଙ୍କୁ ତାଲିମ ଦେଉଥିବା ଶିବିରକୁ ମଧ୍ୟ ଭାରତୀୟ ସେନାମାନେ ଧ୍ୱଂସ ବିଧ୍ୱଂସ କରୁଛନ୍ତି । ବଡ଼ ବଡ଼ ସରକାରୀ ଅଧିକାରୀଙ୍କ ଛୁଟିକୁ ବାତିଲ କରାଯାଇଛି । ଅତୀତରେ ଯେଉଁମାନେ ଆତଙ୍କବାଦୀ କାର୍ଯ୍ୟରେ ଲିପ୍ତ ଥିଲେ ସେମାନଙ୍କ ଗତିବିଧିକୁ ମଧ୍ୟ ଓଡ଼ିଶା ପୋଲିସ ତୀକ୍ଷ୍ଣ ନଜରରେ ରଖିଛି । ଓଡ଼ିଶାବାସୀ ଆଦୌ ବିଚଳିତ ହୁଅନ୍ତୁ ନାହିଁ , ଯେଉଁ ଭଳି ପରିସ୍ଥିତି ଉତ୍ପନ୍ନ ହେଲେ ମଧ୍ୟ ସମସ୍ତ ପରିସ୍ଥିତିକୁ ସାମ୍ନା କରିବା ପାଇଁ ଓଡ଼ିଶା ସରକାର ସବୁବେଳେ ପ୍ରସ୍ତୁତ ବୋଲି ରାଜସ୍ବ ମନ୍ତ୍ରୀ ସୂଚନା ଦେଇଛନ୍ତି।