ନୂଆଦିଲ୍ଲୀ: ପାକିସ୍ତାନର ଆତଙ୍କବାଦୀ ସମର୍ଥନର ଚେହେରା ଆଉ କାହା ସାମ୍ନାରେ ଅଛପା ନାହିଁ । ପାକ୍ ପୁଣି ଏକ ପଦକ୍ଷେପ ନେଇ ଏହି ଅଭିଯୋଗକୁ ସତ୍ୟ ପ୍ରମାଣିତ କରିଛି । ପାକିସ୍ତାନ ସରକାର ଇଣ୍ଟର ସର୍ଭିସ୍ ପବ୍ଲିକ୍ ରିଲେସନର ଡିଜିଭାବେ ମେଜର୍ ଜେନେରାଲ୍ ଏହମ୍ମଦ ସରିଫ୍ ଚୌଧୁରୀଙ୍କୁ ଦାୟିତ୍ୱ ଦେଇଛି । କିନ୍ତୁ ପରୋକ୍ଷରେ ଏହମ୍ମଦଙ୍କର ଆତଙ୍କବାଦୀ ଓସାମା ବିଲ୍ ଲାଡେନ୍ ସହିତ ସମ୍ପୃକ୍ତି ରହିଛି । ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।
ମେଜର୍ ଜେନେରାଲ୍ ଏହମ୍ମଦ ସରିଫ୍ ଚୌଧୁରୀ ହେଉଛନ୍ତି ପରମାଣୁ ବୈଜ୍ଞାନିକ ସୁଲତାନ ବାଶିଋଦ୍ଦିନ ମେହମ୍ମୁଦଙ୍କ ପୁଅ । ଯିଏ ଉମାହ ତୈମୀର-ଏ-ନ୍ୟାଉ (ୟୁଟିଏନ୍) ନାମରେ ଏକ ସଂସ୍ଥା ପ୍ରତିଷ୍ଠା କରିଥିଲା । ଏହି ସଂସ୍ଥା ଆତଙ୍କବାଦୀ ସଙ୍ଗଠନ ସହିତ ଜଡ଼ିତ ଥିବା ଜଣାପଡ଼ିବା ପରେ ତାହାକୁ ବ୍ୟାନ୍ କରାଯାଇଥିଲା । ଆମେରିକା ଏବଂ ସଂଯୁକ୍ତରାଷ୍ଟ୍ରର ଗୁଇନ୍ଦା ବିଭାଗ ୟୁଟିଏନର ଲିଙ୍କ ଅଲ-କାଏଦା ସହିତ ଜଡ଼ିତ ଥିବା କହିଥିଲା । ୨୦୦୧ରେ ସୁଲତାନ ବାଶିଋଦ୍ଦିନ ଓସାମା ବିନ୍ ଲାଡେନ୍ ଓ ମୁଲ୍ଲାହ ଓମାରଙ୍କ ସହିତ ପରମାଣୁ ଅସ୍ତ୍ର ସମ୍ପର୍କରେ ଆଲୋଚନା କରିଥିଲେ । ଏହା ପରେ ମେହମ୍ମୁଦକୁ ଗିରଫ କରାଯାଇଥିଲା । ତାକୁ ବିଶ୍ୱ ଆତଙ୍କବାଦୀ ଭାବରେ ଦୁଇ ଦେଶ ଘୋଷଣା କରିଥିଲେ ।