ନୂଆଦିଲ୍ଲୀ: ଯେଉଁ ମହିଳାଙ୍କ ସିନ୍ଦୂରକୁ ଦିନେ ଆତଙ୍କବାଦୀ ଦିନେ ପୋଛି ଦେଇଥିଲେ ସେହି ଅପରେସନ୍ ସିନ୍ଦୂର ଜରିଆରେ ଆତଙ୍କୀ ଆଡ୍ଡା ଭୟଙ୍କର ଜବାବ ଦେଇଛି ଭାରତୀୟ ସେନା । ଆଉ ଏବେ ସାରା ବିଶ୍ୱକୁ ଭାରତର ଦୁଇ ନାରୀ ଶକ୍ତି ପ୍ରତିଦିନ କଡ଼ା ଶବ୍ଦରେ ଜବାବ ଦେଉଛନ୍ତି । ଅପରେସନ ସିନ୍ଦୂର ପରେ ଏବେ ଚର୍ଚ୍ଚାକୁ ଆସିଛନ୍ତି ଭାରତର ଦୁଇ ସେନା ଅଧିକାରୀ ୱିଙ୍ଗ୍ କମାଣ୍ଡର ବ୍ୟୋମିକା ସିଂହ ଓ କର୍ଣ୍ଣେଲ ସୋଫିଆ କ୍ୟୁରେସୀ ।
ଗୁଗୁଲରେ ବ୍ୟୋମିକା ସିଂହ ଓ ସୋଫିଆ କ୍ୟୁରେସୀଙ୍କୁ ଅଧିକ ସର୍ଚ୍ଚ କରାଯାଉଛି । ଦୁଇ ନାରୀ ଶକ୍ତି ଏବେ ଅଧିକ ଟ୍ରେଣ୍ଡରେ ରହିଛନ୍ତି । ତେବେ ଏହାରି ମଧ୍ୟରେ ଦୁଇ ଜଣଙ୍କ ନାଁରେ ‘ଏକ୍ସ’ ବା ‘X’ରେ ଆକାଉଣ୍ଟରେ ପ୍ରୋଫାଇଲ୍ ଥିବା ଦର୍ଶାଉଛି । ସେଥିରେ ବ୍ଲୁ ଠିକ୍ ଚିହ୍ନ ମଧ୍ୟ ରହିଛି । ଯାହାକି ସମ୍ପୂର୍ଣ୍ଣ ମିଥ୍ୟା ବୋଲି ପ୍ରେସ୍ ଇନଫର୍ମେସନ୍ ବ୍ୟୁରୋ (ପିଆଇବି)ର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଭୁଲ ପ୍ରମାଣିତ କରିଛନ୍ତି । ଦୁଇ ଅଧିକାରୀଙ୍କ ନାଁରେ ସୋସିଆଲ୍ ମିଡିଆ ଏକ୍ସରେ କୌଣସି ବୈଧ ପ୍ରୋଫାଇଲ୍ ନ ଥିବା ପିଆଇବି ସ୍ପଷ୍ଟ କରିଛି ।