ଭଦ୍ରକ ଓ ଧାମନଗରରେ ହୋଇଥିବା ଗଣ୍ଡଗୋଳ ଘଟଣା ପରେ ସେଠାକାର ସ୍ଥିତି ଉପରେ ନଜର ପକାଇବା ପାଇଁ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ଭଦ୍ରକ ଗସ୍ତ କରିଛନ୍ତି । ଭଦ୍ରକର ଧାମନଗରରେ ଡିଜିପି ୱାଇ.ବି ଖୁରାନିଆ ବିଭିନ୍ନ ବରିଷ୍ଠ ଅଧିକାରୀଙ୍କ ସହ ଘଟିଥିବା ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ । ଭଦ୍ରକର ବର୍ତ୍ତମାନ ସ୍ଥିତିରେ ପୂର୍ବ ଅପେକ୍ଷା ସୁଧାର ଆସିଛି ।
ଧାମନଗର ଥାନାରେ ସମୀକ୍ଷା ପରେ ଡିଜିପି ଅପିଲ୍ କରିଛନ୍ତି ଯେ, ସୋସିଆଲ ମିଡିଆରୁ ଦୂରେଇ ରୁହନ୍ତୁ । ଅଯଥା କମେଣ୍ଟ କରନ୍ତୁ ନାହିଁ । ସାଧାରଣ ଲୋକ ଭୟଭୀତ ହେବା ଆବଶ୍ୟକ ନାହିଁ । ପୋଲିସ ଗୁରୁଦାୟିତ୍ବ ତୁଲାଉଛି, ନିଶ୍ଚିତ ସ୍ଥିତିରେ ସୁଧାର ଆସିବ । ଭଦ୍ରକରେ ଧାରା ୧୬୩ ଲାଗୁ କରାଯିବା ସହିତ ସୁରକ୍ଷା ପାଇଁ ପୋଲିସ ମୁତୟନ ହୋଇଛନ୍ତି । ଭଦ୍ରକରେ ଇଣ୍ଟରନେଟ ସେବାକୁ ମଧ୍ୟ ବନ୍ଦ କରାଯାଇଥିଲା । ଏହି ଘଟଣାରେ ପୋଲିସ ୨୭କୁ ଗିରଫ କରିଛି ।