ଭୁବନେଶ୍ଵର: ସିବିଆଇ କାର୍ଯ୍ୟାଳୟରୁ ଜେରା ପରେ ବାହାରିଲେ ପାଞ୍ଚ ପରୀକ୍ଷାର୍ଥୀ । ୬ ରୁ୭ ଘଣ୍ଟା ଧରି ସିବିଆଇ ମାରାଥନ ଜେରା ସମ୍ମୁଖୀନ ହୋଇଛନ୍ତି । ସିବିଆଇର ଜେରା ପରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ପରୀକ୍ଷାର୍ଥୀ। ପୋଲିସ ଏସଆଇ ପରୀକ୍ଷା ଘୋଟାଲା ମାମଲାରେ ପଚରାଉଚରା କରିଛନ୍ତି ସିବିଆଇ ଅଧିକାରୀ ।
ଆଜି ସକାଳୁ ଦୁଇ ଜଣଙ୍କୁ ଜେରା କରାଯିବା ପରେ ଛଡ଼ା ଯାଇଥିଲା । ତେବେ ଅପରାହ୍ନ ୩ଟା ୪ରେ ଚାରି ଜଣ ପରୀକ୍ଷାର୍ଥୀ ସିବିଆଇ ପହଞ୍ଚିଥିଲେ । ଏହାପରେ ଆଉ ଜଣେ ପରୀକ୍ଷାର୍ଥୀ ପୁଣି ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ତେବେ ଆସନ୍ତାକାଲି ଆଉ କେଉଁ କେଉଁ ପରୀକ୍ଷାର୍ଥୀ ମାନେ ଆସିବେ ତାହା ଜଣା ପଡ଼ିବ । ଏମାନେ ସମସ୍ତେ ଗିରଫ ହୋଇ ଜାମିନ ରେ ଆସିଛନ୍ତି । ଏହାପରେ ସିବିଆଇ ତଦନ୍ତ ସମୟରେ ଅଧିକ ତଥ୍ୟ ହାସଲ ପାଇଁ ଡକାଯାଇଥିଲା ।
ପରୀକ୍ଷା କେଳେଙ୍କାରୀ ମାମଲାରେ ୧୧୪ ଜଣ ପରୀକ୍ଷାର୍ଥୀଙ୍କ ସମେତ ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟି ଓ ତାର ୧୧ ସହଯୋଗୀ ଗିରଫ ହୋଇଥିଲେ। ଆଜି ଭିଜିଲାନ୍ସ କୋର୍ଟରେ ଶଙ୍କର ପୃଷ୍ଟି, ସାଗର ଗୌଡ଼, ସୁରେଶ ନାୟକ ଓ ଅରବିନ୍ଦଙ୍କ ଜାମିନ ଆବେଦନର ଶୁଣାଣି ହୋଇଥିଲା। ତେବେ ଶୁଣାଣି ବେଳେ CBI ଟିମ କୋର୍ଟରେ ଉପସ୍ଥିତ ଥିଲା। ଜାମିନ ନଦେବା ପାଇଁ ନିଜ ଓକିଲଙ୍କ ମାଧ୍ୟମରେ ଯୁକ୍ତି ରଖିଥିଲା ସିବିଆଇ। ପୋଲିସ SI ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ମାମଲାରେ ତଦନ୍ତ ଆରମ୍ଭ କରିଛି ସିବିଆଇ। ମୂଳ ମାମଲା ସ୍ଥାନାନ୍ତର ପାଇଁ ଜେଏମଏଫସି କୋର୍ଟକୁ ଯାଇ ଆବେଦନ କରିଛି ସିବିଆଇ।
Also read: ସୃଷ୍ଟି ହେଲା ଲଘୁଚାପ: ୨୪ରେ ଅବପାତ ସମ୍ଭାବନା