ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର କଂଗ୍ରେସ ବିଧାୟକ ସାଗର ଚରଣ ଦାସଙ୍କୁ ଆସିଲା ହତ୍ୟା ଧମକ। ଦୁର୍ବୃତ୍ତମାନେ ବିଧାୟକଙ୍କୁ ହତ୍ୟା ଧମକ ଦେଇଛନ୍ତି। ଏନେଇ ବିଧାୟକ ନିଜେ ସାମାଜିକ ଗଣମାଧ୍ୟମ “ଏକ୍ସ” ରେ ପୋଷ୍ଟ କରିଛନ୍ତି। ଏଥିସହ ରାଜ୍ୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନ କରିଛନ୍ତି।
ବିଧାୟକ ସାଗର ନିଜ ଏକ୍ସ ପୋଷ୍ଟରେ ଲେଖିଛନ୍ତି, ଶୁକ୍ରବାର ସକାଳେ କିଛି ଦୁର୍ବୃତ୍ତ ତାଙ୍କ ଭବାନୀପାଟଣା ଜୋନ୍ ସଭାପତିଙ୍କୁ ଆକ୍ରମଣ କରିଥିଲେ ଏବଂ ତାଙ୍କର ସ୍ଥାନ ଏବଂ ବ୍ୟକ୍ତିଗତ ବିବରଣୀ ପ୍ରକାଶ ନକରିବାରୁ ତାଙ୍କୁ ହତ୍ୟା ଧମକ ଦେଇଥିଲେ। ଦୁର୍ବୃତ ମାନେ ହତ୍ୟା ଧମକ ମଧ୍ୟ ପଠାଇଥିବା କଥା ସେ ଉଲ୍ଲେଖ କରିଛନ୍ତି।
ସାଗର ଦାସ ଜନସାଧାରଣଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକାଶ କରି କହିଛନ୍ତି, “ଯଦି ଜଣେ ନିର୍ବାଚିତ ବିଧାୟକ ବର୍ତ୍ତମାନର ଆଇନ ଶୃଙ୍ଖଳା ପରିସ୍ଥିତିରେ ଓଡ଼ିଶାରେ ଅସୁରକ୍ଷିତ, ତେବେ ମୁଁ ଜନସାଧାରଣଙ୍କ ସୁରକ୍ଷା ପାଇଁ ଚିନ୍ତିତ।
ଅଧିକ ପଢନ୍ତୁ: ବଢ଼ିଲା ଶ୍ରୀମନ୍ଦିର ସେବାୟତଙ୍କ ଭତ୍ତା, ଏଟିଏମରେ ଦାନ ପାଇଁ ହେବ ବ୍ୟବସ୍ଥା