ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶୁକ୍ରବାର ମନ୍ତ୍ରୀମଣ୍ଡଳରେ ବିଭାଗ ବଣ୍ଟନ କରିଛନ୍ତି । ପ୍ରଥମ ଥର ପାଇଁ ଜେଡିୟୁ ଗୃହ ଓ କୃଷି ବିଭାଗ ଛାଡ଼ିଥିବାବେଳେ ଅର୍ଥ ମନ୍ତ୍ରଣାଳୟକୁ ନିଜ ପାଖରେ ରଖିଛି । ୨୦ ବର୍ଷରେ ପ୍ରଥମ ଥର ପାଇଁ ନୀତୀଶ କୁମାର ଗୃହ ବିଭାଗ ଛାଡ଼ିଛନ୍ତି । ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଗୃହ ବିଭାଗ ଦାୟିତ୍ୱ ସମ୍ଭାଳିବେ ।
ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ନୀତୀଶଙ୍କ ପାଖରେ କମ୍ ବିଭାଗ ରହିଛି । ନୀତୀଶ ସଚିବାଳୟ, ସାମାନ୍ୟ ପ୍ରଶାସନ, ତଦାରଖ ଓ ନିର୍ବାଚନ ବିଭାଗ ସମ୍ଭାଳିବେ । ସେହିପରି ବିଜେପିର ରାମ କୃପାଳ ଯାଦବଙ୍କ କୃଷି ବିଭାଗ ମିଳିଛି । ଜେଡିୟୁର ବିଜେନ୍ଦ୍ରୁ ପ୍ରସାଦ ଯାଦବ ଅର୍ଥ ସହିତ ବାଣିଜ୍ୟ ଓ ଶକ୍ତି ବିଭାଗ ସମ୍ଭାଳିବେ । ଜେଡିୟୁ ତାର ପୂର୍ବ ମନ୍ତ୍ରୀମାନଙ୍କର ବିଭାଗକୁ ଅପରିବର୍ତ୍ତିତ ରଖିଛି । କୋଟା ହିସାବରେ ମନ୍ତ୍ରୀ ସଂଖ୍ୟା କମ୍ ଥିବାରୁ ବରିଷ୍ଠ ମନ୍ତ୍ରୀମାନଙ୍କୁ ଏକାଧିକ ବିଭାଗର ଦାୟିତ୍ୱ ମିଳିଛି ।
ସେହିପରି ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନା ରାଜସ୍ୱ, ଖଣି ଓ ଭୂତତ୍ତ୍ୱ ବିଭାଗ ମିଳିଛି । ମଙ୍ଗଲ ପାଣ୍ଡେଙ୍କୁ ସ୍ୱାସ୍ଥ୍ୟ ଓ ଆଇନ ବିଭାଗ, ଦିଲ୍ଲୀପ ଜୟସୱାଲଙ୍କୁ ଉଦ୍ୟୋଗ, ନୀତିନ ନବୀନଙ୍କ ନଗର ଉନ୍ନୟନ ଏବଂ ଆବାସ, ସଂଜୟ ଟାଇଗରଙ୍କୁ ଶ୍ରମ ବିଭାଗ, ଅରୁଣ ଶଙ୍କର ପ୍ରସାଦଙ୍କୁ ପର୍ଯ୍ୟଟନ, ସଂସ୍କୃତି ଏବଂ ଯୁବ ବିଭାଗ ମିଳିଛି । ସେହିପରି ସୁରେନ୍ଦ୍ର ମେହତାଙ୍କୁ ପଶୁ ଓ ମତ୍ସ୍ୟ ସମ୍ପଦ, ନାରାୟଣ ପ୍ରସାଦଙ୍କ ବିପର୍ଯ୍ୟୟ ପରିଚାଳନା, ଲକ୍ଷେନ୍ଦ୍ର ପାସୱାନଙ୍କୁ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କଲ୍ୟାଣ ବିଭାଗ, ଶ୍ରେୟସୀ ସିଂହଙ୍କୁ ସୂଚନା ପ୍ରସାରଣ ଓ କ୍ରୀଡ଼ା, ପ୍ରମୋଦ ଚନ୍ଦ୍ରବଂଶୀଙ୍କୁ ପର୍ଯ୍ୟାବରଣ ଏବଂ ଜଳବାୟୁ ପରିବର୍ତ୍ତନ ମିଳିଛି । ଜେଡିୟୁ କୋଟାରୁ, ସୁନୀଲ କୁମାର ପୁନର୍ବାର ଶିକ୍ଷା ବିଭାଗ ଦାୟିତ୍ୱରେ ରହିବେ ଏବଂ ଲେସି ସିଂହ ଖାଦ୍ୟ ଏବଂ ଖାଉଟି କଲ୍ୟାଣ ବିଭାଗ ତଦାରଖ କରିବେ । ବିଜୟ ଚୌଧୁରୀଙ୍କୁ ଜଳ ସମ୍ପଦ ଏବଂ ଗୃହ ନିର୍ମାଣ ବିଭାଗ ଦିଆଯାଇଛି। ମଦନ ସାହାଣୀଙ୍କୁ ସମାଜ କଲ୍ୟାଣ ବିଭାଗ, ଅଶୋକ ଚୌଧୁରୀଙ୍କୁ ଗ୍ରାମୀଣ କାର୍ଯ୍ୟ ଏବଂ ଶ୍ରବଣ କୁମାରଙ୍କୁ ଗ୍ରାମୀଣ ବିକାଶ ଦିଆଯାଇଛି । ଉପେନ୍ଦ୍ର କୁଶୱାହାଙ୍କ ପୁଅ ଦୀପକ ପ୍ରକାଶଙ୍କୁ ପଞ୍ଚାୟତିରାଜ ବିଭାଗ ଦିଆଯାଇଛି। ରମା ନିଷାଦଙ୍କୁ ପଛୁଆ ଏବଂ ଅତି ପଛୁଆ ବର୍ଗ ବିଭାଗ ମିଳିଛି ।
ହାମର ଜାତୀୟ ସଭାପତି ସନ୍ତୋଷ ସୁମନଙ୍କୁ ଲଘୁ ଜଳ ବ୍ୟାପାର ମନ୍ତ୍ରୀ ଭାବରେ ନିଯୁକ୍ତ କରାଯାଇଛି। ଜମା ଖାନଙ୍କୁ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ଦିଆଯାଇଛି । ଚିରାଗ ପାସୱାନଙ୍କ ଏଲଜେପିର ସଞ୍ଜୟ ସିଂହଙ୍କୁ ରାମବିଳାସ ପାସୱାନଙ୍କୁ ପିଏଚଇଡି ବିଭାଗ ଦିଆଯାଇଛି ଏବଂ ସଞ୍ଜୟ ପାସୱାନଙ୍କୁ ଚିନି ଶିଳ୍ପ ବିଭାଗ ଦିଆଯାଇଛି ।
ନୀତୀଶଙ୍କ ୨୬ ଜଣିଆ ଟିମରେ ବିଜେପିର ୧୪, ଜେଡିୟୁର ୮, ଏଲଜେଆରପିର ୨ ଏବଂ ହାମ୍ ଦଳର ୨ ଜଣ ବିଧାୟକ ଅଛନ୍ତି ।