ଭୁବନେଶ୍ୱର: ବିହାର ନିର୍ବାଚନରେ ବିଜେପିର ମଙ୍ଗ ଧରିଥିବା ବିଜୟୀ କରାଇଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭୁବନେଶ୍ୱରରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଦଳର ବହୁ ବରିଷ୍ଠ ନେତା, ମନ୍ତ୍ରୀ ଓ ବିଧାୟକ ଏବଂ ଶହ ଶହ କର୍ମକର୍ତ୍ତା ଧର୍ମେନ୍ଦ୍ରଙ୍କୁ ସ୍ୱାଗତ କରିଛନ୍ତି । ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ମଧ୍ୟ ଉପସ୍ଥିତ ଥିଲେ ।
ବିହାର ନିର୍ବାଚନ ପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ପୁରୀ, ଭଦ୍ରକ ଓ କଟକ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଶୁକ୍ରବାର ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଁଚିବା ପରେ ଶତାଧିକ କର୍ମୀ ଧର୍ମେନ୍ଦ୍ରଙ୍କୁ ସମ୍ବର୍ଦ୍ଧନା ଦେଇଛନ୍ତି । ବିହାର ନିର୍ବାଚନରେ ଏନଡିଏର ଅଦ୍ଭୁତପୂର୍ବ ବିଜୟୀ ଖରିଥିବାରୁ ବିହାରବାସୀଙ୍କୁ କୃତଜ୍ଞତା ଦେଇଛନ୍ତି ଧର୍ମେନ୍ଦ୍ର ।
କଂଗ୍ରେସ ଦଳର ନକରାତ୍ମକ ରାଜନୀତି ଏବଂ ଦେଶ ବିଭାଜନ ଚିନ୍ତାଧାରାକୁ ଲୋକେ ପ୍ରତ୍ୟାଖାନ କରିଛନ୍ତି । ସେହିପରି ନୂଆପଡ଼ା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ବିଜୟୀ କରିଥିବାରୁ ନୂଆପଡ଼ାବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ।