ଭୁବନେଶ୍ୱର : ଆଜି ଶୁକ୍ରବାର ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ୧୧ଟାରେ ଲୋକସଭା ଭବନରେ କ୍ୟାବିନେଟ ବୈଠକ ବସିବ । ଏଥିରେ ବିଭିନ୍ନ ବିଭାଗର ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହେବା ସହିତ ମୋହର ବାଜିବ ବୋଲି ଜଣାପଡ଼ିଛି । ନୂଆପଡ଼ା ଉପନିର୍ବାଚନ ପାଇଁ ଲାଗୁଥିବା ଆଚରଣବିଧି ହଟିବା ପରେ ଏହା ପ୍ରଥମ କ୍ୟାବିନେଟ ବୈଠକ ହେବ । ଆଜି ବୈଠକରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ନେଇ କିଛି ବଡ଼ ଘୋଷଣା ହୋଇପାରେ । ଶୀତକାଳୀନ ଅଧିବେଶନ ସହ ଅତିରିକ୍ତ ବଜେଟକୁ ଅନୁମୋଦନ ମିଳିବ।