ବ୍ରହ୍ମପୁର : ପୀତବାସ ପଣ୍ଡା ହତ୍ୟା ମାମଲାରେ ୪ ଅଭିଯୁକ୍ତଙ୍କୁ ପୁଣି ରିମାଣ୍ଡରେ ନେଲା ପୁଲିସ। ଆଜି ଅଭିଯୁକ୍ତ ଉମା, ଚିଣ୍ଟୁ, କୁରୁପତି ଓ ଯୋଗେନ୍ଦ୍ରକୁ ୨ ଦିନିଆ ରିମାଣ୍ଡରେ ନିଆଯାଇଛି। ସମସ୍ତ ଅଭିଯୁକ୍ତଙ୍କୁ ମୁହାଁମୁହିଁ ଜେରା କରି ସତ ଉଗାଳିବ ପୁଲିସ।
ଏହା ପୂର୍ବରୁ ପୁଲିସ ୫ଜଣ ସାକ୍ଷୀଙ୍କୁ ଦୁଇଟି ପର୍ଯ୍ୟାୟରେ ମୋଟ ୮ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ ଟିଆଇ ପରେଡ଼ ପ୍ରକ୍ରିୟା କରିଥିଲା । ଗୁରୁବାର ଟିଆଇ ପରେଡ ରିପୋର୍ଟ ଆସିଛି । ସାକ୍ଷୀମାନେ ୮ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ କେବଳ ଅଭିଯୁକ୍ତ ସୁଟର କୁରୂପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନକୁ ଚିହ୍ନଟ କରିଥିଲେ। ଏହି ଟିଆଇ ପରେଡ ରିପୋର୍ଟ ଏସଡିଜେଏମଙ୍କ କୋର୍ଟରେ ଦାଖଲ କରାଯାଇଛି।
ସୂଚନାଯୋଗ୍ୟ ବ୍ରହ୍ମପୁର ଜେଲରେ ପ୍ରଥମ ପର୍ଯ୍ୟାୟରେ ହତ୍ଯା ମାମଲାରେ ୫ ଅଭିଯୁକ୍ତ ଯଥା ଶିଶୁପାଳ କୁମାର ପାଷ୍ଠାନ, ସୀମାଞ୍ଚଳ ନାୟକ, କୁନ୍ଦନ କୁମାର, ବିପିନ ସ୍ଵାଇଁ ଓ ଉମା ଶଙ୍କର ବିଶୋୟୀଙ୍କୁ ଚିହ୍ନଟ କରିବା ପାଇଁ ଦୁଇଜଣ ସାକ୍ଷୀଙ୍କୁ ଟିଆଇ ପରେଡରେ ସାମିଲ କରାଯାଇଥିଲା । ସେହିପରି ଦ୍ଵିତୀୟ ପର୍ଯ୍ୟାୟରେ କୁରୁପତି ଭୂୟାଁ, ଚିଣ୍ଟୁ ପ୍ରଧାନ ଓ ଯୋଗେନ୍ଦ୍ର ରାଉତ ଓରଫ ଯୋଗୀଙ୍କ ଟିଆଇ ପରେଡ ହୋଇଥିଲା । ପ୍ରଥମ ପର୍ଯ୍ୟାୟ ଟିଆଇ ପରେଡ଼ରେ ସାକ୍ଷୀମାନେ କାହାରିକୁ ଚିହ୍ନଟ କରିପାରି ନଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ହୋଇଥିବା ଟିଆଇ ପରେଡ଼ରେ ଚିଣ୍ଟୁ ପ୍ରଧାନ ଓ କରୁପତି ଭୂୟାଁଙ୍କୁ ସାକ୍ଷୀ ମାନେ ଚିହ୍ନଟ କରିଥିଲେ।