କଟକ: ମାଟ୍ରିକ ପରୀକ୍ଷା ଫର୍ମ ପୂରଣକୁ ନେଇ ବଡ଼ ସୂଚନା ଆସିଛି । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ୍ ଏବଂ ମଧ୍ୟମା ପରୀକ୍ଷା ପାଇଁ ହେବାକୁ ଥିବା ଫର୍ମ ପୂରଣ ଅବଧିକୁ ବୃଦ୍ଧି କରିଛନ୍ତି । ଆସନ୍ତା ୨୮ ତାରିଖ ଯାଏ ସମୟ ବୃଦ୍ଧି କରାଯାଇଛି । ପୂର୍ବରୁ ନଭେମ୍ବର ୨୨ ପର୍ଯ୍ୟନ୍ତ ଶେଷ ତାରିଖ ଥିଲା । ଅନେକ ବିଦ୍ୟାଳୟର ଅନୁରୋଧକୁ ରକ୍ଷା କରି ଏହି ନିଷ୍ପତ୍ତି ନିଆଯାଇଛି । ମାତ୍ର ପରବର୍ତ୍ତୀ ସମୟରେ ଆଉ ବୃଦ୍ଧି ହେବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି ।
ଗତ ନଭେମ୍ବର ୮ ତାରିଖରୁ ମାଟ୍ରିକ୍ ପରୀକ୍ଷା ପାଇଁ ଫର୍ମ ପୂରଣ ଆରମ୍ଭ ହୋଇଛି । ବୋର୍ଡ ୱେବସାଇଟ୍ www.bseodisha.ac.inରେ ଅନଲାଇନ୍ ଜରିଆରେ ଫର୍ମ ପୂରଣ ହେଉଛି ।
୨୦୨୬ ବାର୍ଷିକ ହାଇସ୍କୁଲ୍ ସାର୍ଟିଫିକେଟ୍ (ରେଗୁଲାର ଓ ଏକ୍ସ-ରେଗୁଲାର) ପରୀକ୍ଷା ଫର୍ମ ପୂରଣ ଅନଲାଇନ୍ ମାଧ୍ୟମରେ ହେଉଛି । ମାଟ୍ରିକ୍ ରେଗୁଲାର (category-A) ଓ ଏକ୍ସରେଗୁଲାର (category-B) ପରୀକ୍ଷାର୍ଥୀଙ୍କ ଫର୍ମ ପୂରଣ ଅନଲାଇନରେ ହେଉଛି । । କରେସ୍ପଣ୍ତେନ୍ସ କୋର୍ସ ରେଗୁଲାର (category C) ପରୀକ୍ଷାର୍ଥୀ ଏବଂ ଏକ୍ସ-ରେଗୁଲାର (Category D) ପରୀକ୍ଷାର୍ଥୀମାନେ ଅଫଲାଇନ୍ରେ ଫର୍ମ ପୂରଣ କରୁଛନ୍ତି । ସମସ୍ତ ବର୍ଗ ଲାଗି ଫର୍ମ ପୂରଣର ଶେଷ ତାରିଖ ନଭେମ୍ବର ୨୨ ରହିଛି।