ନୂଆଦିଲ୍ଲୀ: ଦିଲ୍ଲୀ ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣ ମାମଲାରେ ସମ୍ପୃକ୍ତି ଅଭିଯୋଗରେ ଜାତୀୟ ତଦନ୍ତକାରୀ ସଂସ୍ଥା ଆଉ ଚାରି ଜଣଙ୍କୁ ଗିରଫ କରିଛି । ଜମ୍ମୁ କାଶ୍ମୀର ଓ ଉତ୍ତର ପ୍ରଦେଶରୁ ଅଭିଯୁକ୍ତମାନଙ୍କୁ ଏନଆଇଏ ବାନ୍ଧିଛି । ଗିରଫ ଅଭିଯୁକ୍ତମାନ ହେଲେ ଜମ୍ମୁ କାଶ୍ମୀର ପୁଲୱାମାର ଡାକ୍ତର ମୁଜାମିଲ୍ ଶକୀଲ, ଅନନ୍ତନାଗର ଡାକ୍ତର ଆଦୀଲ ଅହମଦ ରାଠର୍, ସୋପିଆନର ମୁଫତି ଇରଫାନ ଅହମଦ ୱାଗୟ ଏବଂ ଉତ୍ତର ପ୍ରଦେଶ ଲକ୍ଷ୍ନୌର ଡାକ୍ତର ଶାହୀନ ଶଇଦ । ଯାହା ଫଳରେ ଏହି ମାମଲାରେ ଗିରଫଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି।
ପଟିଆଲା ହାଉସ କୋର୍ଟର ଜିଲ୍ଲା ସେସନ୍ସ ଜର୍ଜ ପ୍ରଡକ୍ସନ ଅର୍ଡର ପରେ ଜମ୍ମୁ ଓ କାଶ୍ମୀରର ଶ୍ରୀନଗରରେ ଏନଆଇଏ ଚାରି ଅଭିଯୁକ୍ତଙ୍କୁ ହେପାଜତକୁ ନେଇଛି । ସେମାନେ ସମସ୍ତେ ଆତଙ୍କବାଦୀ ଆକ୍ରମଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ, ଯେଉଁଥିରେ ଅନେକ ନିର୍ଦ୍ଦୋଷ ବ୍ୟକ୍ତି ପ୍ରାଣ ହରାଇଥିଲେ ଏବଂ ଅନେକ ଆହତ ହୋଇଥିଲେ।
ଏହି ମାମଲାରେ ତଦନ୍ତ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ବେଳେ ଏନଆଇଏ ପୂର୍ବରୁ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା - ଆମିର ରସିଦ ଅଲି, ଯାହାଙ୍କ ନାମରେ ବିସ୍ଫୋରଣରେ ବ୍ୟବହୃତ କାରଟି ପଞ୍ଜିକୃତ ହୋଇଥିଲା, ଏବଂ ଜସିର ବିଲାଲ ୱାନି ଓରଫ୍ ଡାନିଶ, ଯିଏ ଏହି ଘାତକ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀକୁ ବୈଷୟିକ ସହାୟତା ଯୋଗାଇ ଦେଇଥିଲା । ସମ୍ପୂର୍ଣ୍ଣ ଆତଙ୍କବାଦୀ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିବା ପାଇଁ ଏନଆଇଏ ଜେରା ଜାରି ରଖିଛି ।
ଆକ୍ରମଣ ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଦ୍ୱାରା ତଦନ୍ତ ଦାୟିତ୍ୱ ହସ୍ତାନ୍ତର କରାଯାଇଥିବା ଆତଙ୍କବାଦ ବିରୋଧୀ ସଂସ୍ଥା, ହତ୍ୟାକାଣ୍ଡରେ ସାମିଲ ଆତଙ୍କବାଦୀ ମଡ୍ୟୁଲର ପ୍ରତ୍ୟେକ ସଦସ୍ୟଙ୍କୁ ଟ୍ରାକ୍ କରିବା ଏବଂ ଗିରଫ କରିବା ପାଇଁ ବିଭିନ୍ନ ରାଜ୍ୟ ପୋଲିସ ବାହିନୀ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରୁଛି।