ଭୁବନେଶ୍ୱର: ବିଶିଷ୍ଟ ଶିଳ୍ପପତି ଅନୀଲ ଅମ୍ବାନୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ପୁଣି ଏକ ଝଟକା ଲାଗିଛି । ଇଡି ଅନୀଲଙ୍କର ସମ୍ପତ୍ତି ଜବତ କରିଛନ୍ତି । ଆର୍ଥିକ ହେରଫେର ମାମଲାରେ ଇଡି ୧୪୫୨ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ଇଡି । ନଭି ମୁମ୍ବାଇ, ଚେନ୍ନାଇ, ପୁଣେ ଏବଂ ଭୁବନେଶ୍ୱରରେ ଥିବା ସମ୍ପତ୍ତିକୁ ଜବତ କରାଯାଇଛି ।
ଏହାକୁ ମିଶାଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏଯାବତ୍ ୯୦୦୦ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇସାରିଲାଣି । ରିଲାଏନ୍ସ ହୋମ୍ ଫାଇନାନ୍ସ ଲିମିଟେଡ୍ (RHFL) ଏବଂ ରିଲାଏନ୍ସ କମର୍ସିଆଲ୍ ଫାଇନାନ୍ସ ଲିମିଟେଡ୍ (RCFL) ଦ୍ୱାରା ସାଧାରଣ ପାଣ୍ଠିର ଅନ୍ୟତ୍ର ସ୍ଥାନାନ୍ତର ଏବଂ କଳାଧନକୁ ଧଳା କରିବା ଅଭିଯୋଗରେ କେନ୍ଦ୍ରୀୟ ଏଜେନ୍ସି ସମ୍ପତ୍ତିଗୁଡ଼ିକୁ ଆଟାଚ୍ କରିଛି। “୨୦୧୭-୨୦୧୯ ମଧ୍ୟରେ, ୟସ୍ ବ୍ୟାଙ୍କ ଆରଏଚଏଫଏଲ ଉପକରଣଗୁଡ଼ିକରେ ୨,୯୬୫ କୋଟି ଟଙ୍କା ଏବଂ ଆରସିଏଫଏଲ୍ ଉପକରଣଗୁଡ଼ିକରେ ୨,୦୪୫ କୋଟି ଟଙ୍କା ନିବେଶ କରିଥିଲା। ଡିସେମ୍ବର ୨୦୧୯ ସୁଦ୍ଧା ଏହା ଅକାର୍ଯ୍ୟକ୍ଷମ ନିବେଶରେ ପରିଣତ ହୋଇଥିଲା, ଯେଉଁଥିରେ ଆରଏଚଏଫଏଲ ପାଇଁ ସେତେବେଳେ ୧,୩୫୩.୫୦ କୋଟି ଟଙ୍କା ଏବଂ ଆରସିଏଫଏଲ୍ ପାଇଁ ୧,୯୮୪ କୋଟି ଟଙ୍କା ବାକି ଥିଲା ।