ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଗୁରୁବାର ଏକ ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି । ରାଜ୍ୟପାଳଙ୍କ ଦ୍ୱାରା ରାଜ୍ୟ ବିଧାନସଭାରୁ ଗୃହୀତ ବିଲକୁ ଅନିଶ୍ଚିତକାଳ ପର୍ଯ୍ୟନ୍ତ ପକାଇ ରଖିବା ସାମ୍ବିଧାନିକ ବ୍ୟବସ୍ଥାକୁ ଦୁର୍ବଳ କରିଥାଏ । ଅଦାଲତ କହିଛନ୍ତି, ଏମିତି ବିଳମ୍ବ କରାଯିବା କେବଳ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ପ୍ରଭାବିତ କରି ନ ଥାଏ ବରଂ ସାମ୍ବିଧାନିକ ଦାୟିତ୍ୱ ବିପରୀତ ରହି ନ ଥାଏ ।
ତେବେ ସର୍ବୋଚ୍ଚ ନ୍ୟାୟାଳୟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, କୋର୍ଟ ରାଜ୍ୟପାଳ କିମ୍ବା ରାଷ୍ଟ୍ରପତିଙ୍କୁ ବିଧେୟକ ଉପରେ ନିର୍ଣ୍ଣୟ ନେବା ପାଇଁ କୌଣସି ବାଧ୍ୟତାମୂଳକ ସମୟ ସୀମା ନିର୍ଦ୍ଧାରଣ କରି ପାରିବେ ନାହିଁ । ଏମିତି କଲେ ଏହା ନ୍ୟାୟପାଳିକାର ଅଧିକାର କ୍ଷେତ୍ରର ଉଲ୍ଲଂଘନ ହେବ । ପ୍ରତିଟି ବିଭାଗକୁ ନିଜ ନିଜର ସୀମା ଭିତରେ ରହିବା ଉଚିତ୍ । ନ୍ୟାୟାଳୟର ମଧ୍ୟ ଏକ ସୀମା ରହିଛି । ବିଲ୍ ପାରିତ କରିବା ପାଇଁ କେତେ ସମୟ ନେବା ଉଚିତ୍ ସେ ବିଷୟରେ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କୁ ଅଦାଲତ ସମୟ ନିର୍ଦ୍ଧାରଣ କରିବା ଉଚିତ୍ ହେବନି ।
ପ୍ରଧାନ ବିଚାରପତି ବିଆର ଗବଇଙ୍କ ନେତୃତ୍ୱାଧୀନ ପାଞ୍ଚ ଜଣିଆ ଖଣ୍ଡପୀଠ ସର୍ବସମ୍ମତିକ୍ରମେ କହିଛନ୍ତି ଯେ, ଯଦି ରାଜ୍ୟପାଳଙ୍କୁ ଅନୁଚ୍ଛେଦ ୨୦୦ ଆଧାରରେ ଉଚିତ୍ ପ୍ରକ୍ରିୟାର ପାଳନ ନ କରି ବିଧେୟକଙ୍କୁ ରୋକିବାକୁ ଅନୁମତି ଦେବା ସଂଘବାଦ ହିତ ବିରୋଧରେ ଯିବ । ତେଣୁ ରାଜ୍ୟପାଳଙ୍କୁ ମଧ୍ୟ ବିବେକାନୁମୋଦିତ ଭାବେ ବିଧେୟକଙ୍କୁ ଅଟକାଇ ରଖିବା ସାମ୍ବିଧାନିକ କର୍ତ୍ତବ୍ୟର ହିତ ବିରୋଧରେ ଯିବ । ଏହି ପାଞ୍ଚ ଜଣିଆ ପୀଠରେ ପ୍ରଧାନ ବିଚାରପତିଙ୍କ ସହ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ବିକ୍ରମ ନାଥ, ବିଚାରପତି ପିଏସ ନରସିମାହ ଓ ବିଚାରପତି ଏଏସ ଚନ୍ଦୁରକର ସାମିଲ୍ ।
ସୁପ୍ରିମକୋର୍ଟ କହିଛନ୍ତି, ଆମକୁ ଲାଗୁଛି ରାଜ୍ୟପାଳଙ୍କ ନିକଟରେ ରାଜ୍ୟ ବିଧାନସଭାରେ ଗୃହୀତ ବିଧେୟକକୁ ଅଟକାଇ ରଖିବାର ଅସୀମିତ ଅଧିକାର ରହିଛି । ରାଜ୍ୟପାଳଙ୍କ ନିକଟରେ ତିନୋଟି ବିକଳ୍ପ ରହିଛି । ସେଥିରୁ ଗୋଟିଏ ବିଧେୟକକୁ ମଞ୍ଜୁରୀ ଦିଆଯାଏ କିମ୍ବା ଏହାକୁ ପୁନର୍ବିଚାର ପାଇଁ ପୁଣି କ୍ୟାବିନେଟକୁ ପଠାଯାଏ ନଚେତ୍ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପାଇଁ ପଠାଯାଏ ।
Also read: ଆରବିଆଇ ଅଧିକାରୀ ପରିଚୟ ଦେଇ ବେଙ୍ଗାଲୁରୁରେ କ୍ୟାସ୍ ଭ୍ୟାନ୍ରୁ ୭ କୋଟି ଲୁଟିଲେ