ଭୁବନେଶ୍ୱର: ଭୁବନେଶ୍ୱର ସାଲିଆସାହିରେ ଉଚ୍ଛେଦ ସମସ୍ତ ବସ୍ତି ବାସିନ୍ଦା ରାଜ୍ୟ ସରକାର ଘର ଯୋଗାଇ ଦେବେ । ଯେଉଁମାନେ ଘର ଛାଡ଼ୁ ନାହାଁନ୍ତି ସେମାନଙ୍କୁ କିଛି ଲୋକ ବିଭ୍ରାନ୍ତି କରୁଛନ୍ତି । କାରଣ ସେମାନେ ଏକାଧିକ ଘରକୁ ଭଡ଼ା ସୂତ୍ରରେ ଦେଇଛନ୍ତି । ସେମାନଙ୍କ ଘର କାଳେ ଭାଙ୍ଗିଯିବ ସେ ଭୟରେ ସେମାନେ ବିଭ୍ରାନ୍ତି କରୁଛନ୍ତି ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।
ଗତକାଲି ମଧ୍ୟ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସମାନ ପ୍ରତିକ୍ରିୟା ରଖିଥିଲେ । ମନ୍ତ୍ରୀ କହିଥିଲେ ଯେ ପୂର୍ତ୍ତ ମନ୍ତ୍ରୀ କହିଛନ୍ତି ବାରମ୍ବାର ସର୍ଭେ କରାଯାଇ ପୂର୍ବରୁ ନୋଟିସ୍ ଦିଆଯାଇଛି । ଥଇଥାନ ପାଇଁ କୌଣସି ଟ୍ରାଞ୍ଜିଟ୍ ହୋମରେ ଲୋକଙ୍କୁ ରଖାଯାଉ ନାହିଁ । ବସ୍ତିରେ ଯେଉଁମାନଙ୍କର ଜମି ରହିଛି, ସେମାନଙ୍କୁ ଘର ଦେବାର ପ୍ରକ୍ରିୟା କରାଯାଇଛି । ସେହିପରି ତୁରନ୍ତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସହାୟତା ପାଇଁ ସରକାରୀ ସହଭାଗିତାରେ ବ୍ୟବସ୍ଥା ହୋଇଛି । କୌଣସି ଜୋର୍ ଜବରଦସ୍ତ ଉଚ୍ଛେଦ କରାଯାଉନାହିଁ । କେବଳ କିଛି ନ୍ୟସ୍ତ ସ୍ୱାର୍ଥ ଲୋକ ମୁଣ୍ଡ ଭର୍ତ୍ତି କରି ବିବାଦ ସୃଷ୍ଟି କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।
Also read: ଶପଥ ନେଲେ ଜୟ ଢୋଲକିଆ