କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପାଟଣା ଥାନା ୨୨୦ ନମ୍ବର ଜାତୀୟ ରାଜପଥ ପାଟଣା ପରମେଶ୍ବର ମନ୍ଦିର ନିକଟ ବାଇପାସ୍ ରାସ୍ତାରେ ଦୁର୍ଘଟଣା। ଅଜଣା ଗାଡ଼ି ଧକ୍କାରେ ବାଇକ୍ ଆରୋହୀଙ୍କ ଜୀବନ ଚାଲିଯାଇଛି । ମୃତ ଯୁବକ ଜଣଙ୍କ ହେଲେ କେନ୍ଦୁଝର ସାହାରପଡା ବ୍ଲକ ବିନିଦା ଗ୍ରାମର ଜିତେନ୍ଦ୍ର ନାଏକ । ସେଢେଙ୍କାନାଳ କୋର୍ଟ ରେ କାର୍ଯ୍ୟ କରୁଥିବା ବେଳେ କେନ୍ଦୁଝରରୁ ବାହାରି ସେ ଭୋରରୁ ଢେଙ୍କାନାଳ ଯାଉଥିଲେ। ପାଟଣା ପରମେଶ୍ୱର ମନ୍ଦିର ନିକଟ ବାଇପାସ୍ ରାସ୍ତାରେ ବିପରୀତ ଦିଗରୁ ଆସୁଥିବା ଏକ ଅଜଣା ଗାଡ଼ି ତାଙ୍କ ବାଇକ୍ କୁ ଧକ୍କା ଦେଇ ମୁଣ୍ଡ ଉପରେ ଚଢି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ଖବର ପାଇ ଘଟଣା ସ୍ଥଳରେ ପାଟଣା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।
ଅଧିକ ପଢନ୍ତୁ : ସଡ଼କ ଦୁର୍ଘଟଣାର ତଦନ୍ତରେ ବଡ଼ ପରିବର୍ତ୍ତନ