ବ୍ରହ୍ମପୁର: ଗଞ୍ଜାମ ଖଲ୍ଲିକୋଟ ଥାନା ଅନ୍ତର୍ଗତ ତୋଟା ଗାଁରେ ଅଘଟଣ। ଗ୍ୟାସ ସିଲିଣ୍ଡର ଫାଟି ହୁତୁହୁତୁ ହୋଇ ଜଳିଲା ଚା’ ଦୋକାନ। ତେବେ ଉକ୍ତ ଅଗ୍ନିକାଣ୍ଡରେ ଦୋକାନରେ ଥିବା ଫ୍ରିଜ, ଭେରାଇଟି ସାମଗ୍ରୀ, ନଗଦ ଟଙ୍କା ସହ ବହୁ ଆସବାବପତ୍ର ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଏପରିକି ଦୋକାନ ନିକଟରେ ଥିବା ଜଣେ ବ୍ୟକ୍ତିଙ୍କର ଲୁନା ମଧ୍ୟ ଜଳିଯାଇଛି। ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ।
ସୂଚନା ଅନୁସାରେ, ଆଜି ଭୋର ୩ଟାରେ ଦୋକାନ ଭିତରେ ଚା' ତିଆରି ପାଇଁ ଗ୍ୟାସରେ ହାଣ୍ଡି ବସିଥିଲା। ଏହି ସମୟରେ ହଠାତ ଦୋକାନରେ ନିଆଁ ଲାଗିଯାଇଥିଲା। ନିଆଁ ଏତେ ତୀବ୍ରତର ହୋଇଥିଲା ଯେ ଦୋକାନ ଭିତରେ ଥିବା ସମସ୍ତ ସାମଗ୍ରୀ ଜଳିପୋଡି ପାଉଁଶ ହୋଇଯାଇଥିଲା। ତେବେ ସ୍ଥାନୀୟ ଲୋକ ଖଲ୍ଲିକୋଟ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ତେବେ ଉକ୍ତ ଦୋକାନର ମାଲିକ ଆର୍ଥିକ ସହାୟତା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି।
ଅଧିକ ପଢନ୍ତୁ ; ଚୋରକୁ ପିଟିପିଟି ମାରିଦେଲେ ଗ୍ରାମବାସୀ