ବଲାଙ୍ଗୀର: ଗାଁର ସମସ୍ୟା ବୁଝିଲେ ୧୬ ମାସର ସରକାର । ବଲାଙ୍ଗୀର ଜ଼ିଲ୍ଲା ବଣଜଙ୍ଗଲ ଘେରା ଥିବା ଖପ୍ରାଖୋଲ ବ୍ଲକ ତୁର୍ଲା ଗାଁ ପରିଦର୍ଶନ କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ। ଯେଉଁ ଅଞ୍ଚଳର ୨୪ ବର୍ଷରେ ଥିବା ସରକାରଙ୍କ ପାଦ ପଡିନଥିଲା ଆଜି ସେଠାକୁ ଯାଇ ଲୋକଙ୍କ ସମସ୍ୟା ବୁଝୁଛନ୍ତି ୧୬ ମାସର ସରକାର l ତୃଣମୂଳସ୍ତରରେ ଅଞ୍ଚଳକୁ ଯାଇ ଲୋକଙ୍କ ସହ ମିଶିବା ସହିତ ଲୋକଙ୍କୁ ସେମାଙ୍କର ବିଭିନ୍ନ ସମସ୍ୟା ପଚାରି ବୁଝିଛନ୍ତି ପଞ୍ଚୟତରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକl
ଦାଦନ ଶ୍ରମିକ ପ୍ରବଣ ଏହି ଗାଁରେ ଲୋକେ କିଭଳି ସରକାରୀ ଯୋଜନାର ସୁଫଳ ପାଇବେ ସେ ସମ୍ପର୍କରେ ଗ୍ରାଉଣ୍ଡ ଜିରୋକୁ ଯାଇ ଆଜି ଲୋକଙ୍କ ସହ ଆଲୋଚନା କରିଛନ୍ତି ମନ୍ତ୍ରୀ। ପରେ ସେ ଦାଦନ ଶ୍ରମିକ ପରିବାର, ଏସ୍ଏଚ୍ଜି ସଦସ୍ୟା ଏବଂ କ୍ଷେତ୍ର ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ଗାଁରେ ଲୋକଙ୍କ ଘର କୁ ଘର ବୁଲି ରାସନ କାର୍ଡ, ଆବାସ ଯୋଜନା,ପାନୀୟ ଜଳ ଯୋଗାଣ ଭଳି ବିଭିନ୍ନ ସମସ୍ୟା ବୁଝିବା ସହ ଉପଯୁକ୍ତ ହିତାଧିକାରମାନଙ୍କୁ ତୁରନ୍ତ ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ଓ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି ମନ୍ତ୍ରୀl ମନ୍ତ୍ରୀଙ୍କ ସହ ଏହି ଟିମ୍ ରେ ବଲାଙ୍ଗୀର ଲୋକସଭା ଏମ୍ପି ସଙ୍ଗୀତା କୁମାରୀ ସିଂଦେଓ, ସଚିବ ଏସ୍ଏନ୍ ଗିରିଶ, ଓରମାସ ଡାଇରେକ୍ଟର, ଦାଦନ ଟାକ୍ସ ଫୋର୍ସ ଟିମ ସଦସ୍ୟ, ଅତିରିକ୍ତ ଜିଲାପାଳଙ୍କ ସମତେ ଜିଲାସ୍ତରୀୟ ଅଧିକାରୀ ପ୍ରମୁଖ ସାମିଲ ହୋଇଥିଲେl
ଅଧିକ ପଢନ୍ତୁ: ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକର ବିଡ଼ିଓଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ; ପାହାଡ ଚଢି ଦୁର୍ଗମ ଅଞ୍ଚଳର ଲୋକଙ୍କ ସମସ୍ୟା ଵୁଝିବାରୁ ହେଲେ ପ୍ରଶଂସିତ